Categories: ଜାତୀୟ

ସିକିମ୍‌ରେ ତୁଷାରପାତ: ୧୭୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

ନୂଆଦିଲ୍ଲୀ,୨୯ା୧୨: ସିକିମ୍‌ର ନାଥୁ ଲା ଠାରେ ପ୍ରବଳ ତୁଷାରପାତ ଯୋଗୁ ଫସିରହିଥିବା ୧୭୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ଭାରତୀୟ ସେନା ଉଦ୍ଧାର କରିଛି। ପାଖାପାଖି ୩୦୦ ଟ୍ୟାକ୍ସିରେ ଯାଇଥିବା ଏହି ପର୍ଯ୍ୟଟକମାନେ ନାଥୁ ଲା ଗିରିପଥ- ସୋଙ୍ଗୋ ହ୍ରଦରୁ ଫେରୁଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ତୁଷାରପାତ ହୋଇ ରାସ୍ତା ଅବରୋଧ ହୋଇଯାଇଥିଲା। ଫଳରେ ସେମାନେ ଜବାହରଲାଲ ନେହେରୁ ରୋଡ୍‌ରେ ଆଗକୁ ଆସି ନ ପାରି ଅଧାବାଟରେ ଫସିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯବାନମାନେ ଆଗେଇ ଆସିଥିଲେ।

Share