Categories: ଜାତୀୟ

ସିକିମ୍‌ରେ ବାଦଲ ଫଟା ବର୍ଷା: ୩ ଶହରୁ ଅଧିକ ପର୍ଯ୍ୟଟକ ଜଳବନ୍ଦୀ

ଗାଙ୍ଗଟକ୍‌,୧୮।୬: ସିକିମ୍‌ରେ ବାଦଲ ଫଟା ବର୍ଷା ହୋଇଛି। ସ୍ଥାନୀୟ ଚୁଙ୍ଗ୍‌ ଥାଙ୍ଗ୍‌ରେରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଏଠାକୁ ବୁଲି ଆସିଥିବା ୩ ଶହରୁ ଅଧିକ ପର୍ଯ୍ୟଟକ ଜଳବନ୍ଦୀ ହୋଇଥିବା କୁହାଯାଉଛି। ବର୍ଷା ଲାଗି ରହିବାରୁ ଚୁଙ୍ଗ୍‌ ଥାଙ୍ଗ୍‌-ଲାଚେନ୍‌-ଥାଙ୍ଗୁ ମଧ୍ୟରେ ଯୋଗାଯୋଗ ବନ୍ଦ ହୋଇଯାଇଛି। ଫଳରେ ୬୦ରୁ ଅଧିକ ପର୍ଯ୍ୟଟକଙ୍କ ଗାଡ଼ି ରାସ୍ତାରେ ଅଟକି ରହିଛି। ସ୍ଥାନୀୟ ପୋଲିସ ପର୍ଯ୍ୟଟକଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। କେତେକ ପର୍ଯ୍ୟଟକଙ୍କୁ ଲାଚେନ୍‌ ଅଣାଯାଇଥିବା ପୋଲିସ କହିଛି।

Share