ସିକିମ୍‌-ଲାକ୍ଷାଦ୍ୱୀପରେ ଏପର୍ଯ୍ୟନ୍ତ ହୋଇନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୧।୫: ଭାରତରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଦେଖାଦେଇଛି। ପ୍ରତିଦିନ ନୂଆ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସିକିମ୍‌ ଏବଂ ଲାକ୍ଷାଦ୍ୱୀପରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ପଜିଟିଭ୍‌ ଚିହ୍ନଟ ହୋଇ ନାହାଁନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିକିମ୍‌ ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପକୁ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ମାର୍ଚ୍ଚ ୫ରୁ ବିଦେଶୀ ପର୍ଯ୍ୟଟକଙ୍କୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ସେହିପରି ମାର୍ଚ୍ଚ ୧୭ଠାରୁ ଘରୋଇ ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଯାଇଥିଲା। ଅପରପକ୍ଷରେ ସିକିମ୍‌ର ପଡ଼ୋଶୀ ରାଜ୍ୟ ଆସାମ, ତ୍ରିପୁରା ଏବଂ ମେଘାଳୟରେ କରୋନା ସଂକ୍ରମଣ ହୋଇଛି। କେରଳ ନିକଟରେ ଥିବା କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇନାହିଁ। ବହୁ କ୍ଷେତ୍ରରେ ଲାକ୍ଷାଦ୍ୱୀପ କେରଳ ଉପରେ ହିଁ ନିର୍ଭର କରିଥାଏ। ତେବେ ଏଠାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଶୂନ ରହିଛି।

Share