Advertisement

ସିଗାରେଟ୍‌ ଟଣାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତ ଫେରାର

ଯୋଡ଼ା,୨୮।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ହୁଡ଼ିସାହିଠାରେ ସିଗାରେଟ୍‌ ଟଣାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଶନିବାର ରାତିରେ ହୁଡ଼ିସାହିର ପ୍ରଶାନ୍ତ କୁମାର ଦାସ ତାଙ୍କ ପିଉସୀ ସାଇବଣୀ ମହାକୁଡ଼ଙ୍କ ଗ୍ରୋସରୀ ଦୋକାନରେ ବସିଥିଲେ। ଏହି ସମୟରେ ଜଣେ ଅଚିହ୍ନା ଯୁବକ ଉକ୍ତ ଦୋକାନକୁ ଆସି ସିଗାରେଟ୍‌ ଟାଣିବା ପାଇଁ ଦିଆସିଲି ମାଗିଥିଲେ। ପ୍ରଶାନ୍ତଙ୍କ ପିଉସୀ ମନା କରିବାରୁ ଦୋକାନ ତଳେ ରୋଷେଇ କରାଯାଉଥିବା ଚୁଲିରୁ ଯୁବକ ଜଣକ ନିଆଁ ମାଗିଥିଲେ। ମାତ୍ର ସାଇବଣୀ ମନା କରିଦେବାରୁ ତାଙ୍କୁ ଯୁବକ ଜଣକ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ସେଠାରେ ଉପସ୍ଥିତ ଥିବା ପ୍ରଶାନ୍ତ ଏବଂ ତାଙ୍କ ପିଉସୀଙ୍କ ପୁଅ ଭାଇ କୁନିଆ ଦୁହେଁ ମିଶି ଉକ୍ତ ଯୁବକଙ୍କୁ ବୁଝାଶୁଝା କରି ସେଠାରୁ ଫେରାଇ ଦେଇଥିଲେ। ସେଠାରୁ ଫେରି ଯୁବକ ଜଣକ ପୁନର୍ବାର ଆସି ପ୍ରଶାନ୍ତଙ୍କ ସହିତ ଯୁକ୍ତିତର୍କ କରିବା ସହ ଅତର୍କିତ ଭାବେ ଛୁରିରେ ତାଙ୍କ ପେଟକୁ ଆଘାତ କରି ସେଠାରୁ ଫେରାର ହୋଇଯାଇଥିଲେ। ଆହତ ପ୍ରଶାନ୍ତ ଏନେଇ ଯୋଡ଼ା ପୋଲିସକୁ ଜଣାଇବା ପରେ ସ୍ଥାନୀୟ ଏକ ଘରୋଇ କ୍ଲିନିଂରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share