ସିଙ୍ଗାପୁରରେ ଚାକିରି ନାଁରେ ଠକେଇ ମାମଲା: ଅଧିକାରୀଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୨ା୭- ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ କମ୍ପାନୀରେ ଚାକିରି କରାଇଦେବା ନଁାରେ ବାରମ୍ବାର ଠକେଇ ଘଟଣା ଦୃଷ୍ଟିକୁ ଆସୁଛି। ବ୍ରହ୍ମପୁର ସହରରେ ଠକ କମ୍ପାନୀ ଦ୍ୱାରା ବହୁ ଯୁବତୀ ଯୁବକ ଠକେଇର ଶିକାର ହୋଇଛନ୍ତି। ଏଭଳି ଏକ ଠକ କମ୍ପାନୀର ଜାଲରେ ପଡିଛନ୍ତି ଶତାଧିକ ଯୁବକ। ସିଙ୍ଗାପୁରରେ ଚାକିରି କରାଇଦେବା ନଁାରେ ଜବ ଟ୍ରାକ କନ୍ସଲଟାନ୍ସି ଆଣ୍ଡ ଟ୍ରେନିଂ ସେଣ୍ଟର ନାମକ ଏକ କମ୍ପାନୀ ପ୍ରାୟ ୫୦୦ ଯୁବକଙ୍କଠାରୁ ୨୫ ରୁ ୩୦ ହଜାର ଟଙ୍କା ଲେଖାଏ ସଂଗ୍ରହ କରିଥିଲା। ଉକ୍ତ ଟଙ୍କା ନେଇ ମେ ୧ ତାରିଖରେ କମ୍ପାନୀ ମୁଖ୍ୟ ସୁବ୍ରତ କୁମାର ପାଳ ଏବଂ ବଳରାମ ମହାରଣା ଫେରାର ହୋଇ ଯାଇଛନ୍ତି। ଏ ନେଇ ଅଭିଯୋଗ ପରେ ସଦର ଥାନା ପୋଲିସ ନଂ.୧୧୯/୧୯ରେ ଏକ ମାମଲା ରୁଜୁ କରିଥିଲା। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଘଟଣାର ତଦନ୍ତ କରିବା ପାଇଁ ଡ଼ିଏସ୍‌ପି ରାମକୃଷ୍ଣ ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ମାସେ ପରେ ବି ଉକ୍ତ କମ୍ପାନୀର ମୁଖ୍ୟଙ୍କୁ ଧରି ପାରୁନାହିଁ। ଚାକିରି ଆଶାରେ ଟଙ୍କା ଦେଇ ସର୍ବାହରା ହୋଇଥିବା ଅନେକ ଗରିବ ପିଲା ଏବେ ନ୍ୟାୟ ନ ପାଇ ହତାଶ ହୋଇଛନ୍ତି। ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ଭାବିନୀପୁର ଗୌତମ ନଗରରେ ଉପରୋକ୍ତ କମ୍ପାନୀ ଖୋଲିଥିଲା। ସିଙ୍ଗାପୁରର ବିଭିନ୍ନ ସଂସ୍ଥାରେ ଚାକିରି କରାଇ ଦେବା ନଁାରେ ଏହି କମ୍ପାନୀ ବିଜ୍ଞାପନ ପ୍ରକାଶ କରିଥିଲା। ଫଳରେ ଗଞ୍ଜାମ ସହିତ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶତାଧିକ ଯୁବତୀ ଯୁବକ ଏହି କମ୍ପାନୀ ସହିତ ଯୋଗାଯୋଗ କରିଥିଲେ। ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସିଙ୍ଗାପୁରରେ ଚାକିରି କରାଇ ଦେବାକୁ କମ୍ପାନୀ ମୁଖ୍ୟ ପାଳ ଓ ବଳରାମ ମହାରଣା ପ୍ରତିଶ୍ରୁତି ଦେଇଥିଲେ। ଏହାପରେ କମ୍ପାନୀ ମୁଖ୍ୟ ଶତାଧିକ ଯୁବକଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ପାସପୋର୍ଟ, ଭିଜା ଓ ଟିକେଟ ସହିତ ମେଡିକାଲ ପରୀକ୍ଷା ଓ ଅନ୍ୟାନ୍ୟ କାଗଜପତ୍ର ପାଇଁ ପ୍ରତ୍ୟେକ ଯୁବତୀ ଯୁବକଙ୍କଠାରୁ ୨୫ ରୁ ୩୦ ହଜାର ଟଙ୍କା ଲେଖାଏ ନେଇଥିଲେ। କେତେକ ଯୁବକଙ୍କୁ ପାସପୋର୍ଟ ଭିଜା ସହ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ହେଲେ ତାହା ଯାଞ୍ଚ ବେଳେ ନକଲି ବୋଲି ଜଣାପଡିଥିଲା। ଯୁବକମାନେ କମ୍ପାନୀ ସହ ଯୋଗାଯୋଗ କରି ନିରାଶ ହୋଇଥିଲେ। ମେ ୧ ତାରିଖରେ ଶତାଧିକ ଯୁବକ କମ୍ପାନୀ ମୁଖ୍ୟ ପାଳଙ୍କ ବାସଭବନ ଘେରାଉ କରିଥିଲେ। ପରେ ଯୁବକମାନେ ଏସ୍‌ପିଙ୍କ ନିକଟରେ ଗୁହାରି କରିଥିଲେ। ଏନେଇ ସଦର ଥାନାରେ ମାମଲା ରୁଜୁ କରାଯାଇଛି। ହେଲେ ଏବେ ସୁଦ୍ଧା କମ୍ପାନୀ ମୁଖ୍ୟଙ୍କ ପୋଲିସ ସୁରାକ ପାଇପାରିନାହିଁ। ଏନେଇ ତଦନ୍ତ ଦାୟିତ୍ୱରେ ଥିବା ଡିଏସପି ପତି କୁହନ୍ତି, ଉକ୍ତ କମ୍ପାନୀ ମୁଖ୍ୟଙ୍କ ମୋବାଇଲ ଫୋନ ଟ୍ରାକିଂ କରାଯାଉଛି। ହେଲେ ସେ ବାରମ୍ବାର ତାଙ୍କ ଠିକଣା ବଦଳାଉଥିବାରୁ ତାଙ୍କୁ ଧରିବା କଷ୍ଟକର ହେଉଛି। ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ସୁବ୍ରତ ଓ ବଳରାମଙ୍କୁ ଖୁବଶୀଘ୍ର ଧରାଯିବା ବୋଲି ସେ କହିଛନ୍ତି। ଅନ୍ୟପଟେ ସୁବ୍ରତଙ୍କ ବ୍ୟାଙ୍କ ଆକାଉଣ୍ଟ ସିଲ୍‌ କରାଯାଇଛି ବୋଲି ଡ଼ିଏସପି ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri