ସିଙ୍ଗାପୁରରେ ଜୁନ୍‌ ୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ସିଙ୍ଗାପୁର,୨୧।୪: କରୋନା ଭାଇରସର ସଂକ୍ରମଣଙ୍କୁ ଦେଖି ବିଭିନ୍ନ ଦେଶରେ କ୍ରମାଗତ ଭାବେ ଲକ୍‌ଡାଉନ ଅବଧି ବୃଦ୍ଧି ହେବାରେ ଲାଗିଛି। ମଙ୍ଗଳବାର ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହେସେନ ଲୁଙ୍ଗ ସିଙ୍ଗାପୁରର କିଛି ଅଞ୍ଚଳରେ ଲକ୍‌ଡାଉନ ଅବଧିକୁ ଜୁନ୍‌ ୧ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ସିଙ୍ଗାପୁରରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୧୨୫ ଥିବା ବେଳେ ଏଥିମଧ୍ୟରୁ ୮୦୧ ଜଣ ସୁସ୍ଥ ହୋଇଛନ୍ତି ଓ ୧୧ ଜଣଙ୍କ ମୃତ୍ୟୁ ହୋଇଛି।

Share