ସିଙ୍ଗାପୁରରେ ୪୮୦୦ ଭାରତୀୟ କରୋନା ସଂକ୍ରମିତ: ସେମାନଙ୍କ ମଧ୍ୟରେ ୯୦ ପ୍ରତିଶତ ଶ୍ରମିକ

ସିଙ୍ଗାପୁର,୪।୫: ସିଙ୍ଗାପୁରରେ ୪୮୦୦ ଭାରତୀୟ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯୦ ପ୍ରତିଶତ ଶ୍ରମିକ ଥିବା କୁହାଯାଉଛି। ସ୍ଥାନୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସମ୍ପ୍ରତି ସିଙ୍ଗାପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୨୦୫ ରହିଛି। ସେହିପରି ମୃତକଙ୍କ ସଂଖ୍ୟା ୧୮ ରହିଛି। ସମସ୍ତ ଭାରତୀୟ ଶ୍ରମିକଙ୍କ ନମୁନା ପରୀକ୍ଷଣ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ସିଙ୍ଗାପୁର ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଜାଭେଦ୍‌ ଅଶରଫ୍‌ ସୂଚନା ଦେଇଛନ୍ତି। ଏଠାରେ ଥିବା ଛାତ୍ରୀଛାତ୍ରଙ୍କ ସମେତ ୩,୫୦୦ରୁ ଅଧିକ ଭାରତୀୟ ସ୍ବଦେଶ ଫେରିବାକୁ ପଞ୍ଜିକରଣ କରିଥିବା ସେ କହିଛନ୍ତି।

Share