Categories: ଖେଳ

ସିଙ୍ଗାପୁର ଗ୍ରାଁପ୍ରି: ଚାଲର୍‌ସଙ୍କୁ ପୋଲ ପୋଜିଶନ

ସିଙ୍ଗାପୁର, ୨୨।୯ (ଏଏଫ୍‌ପି)- ଫେରାରି ଡ୍ରାଇଭର ଚାଲର୍‌ସ ଲେକ୍ଲର୍କ ସିଙ୍ଗାପୁର ଗ୍ରାଁପ୍ରି ଫର୍ମୁଲା-୧ ରେସ୍‌ରେ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଇଟାଲୀ ଓ ବେଲଜଜିୟମ ଗ୍ରାଣ୍ଡପ୍ରିକ୍ସ ଫର୍ମୁଲା-୧ ରେସ୍‌ରେ ଟାଇଟଲ ହାସଲ କରିବା ପରେ ଚାଲର୍‌ସ ଏବେ କ୍ରମାଗତ ତୃତୀୟ ଗ୍ରାଣ୍ଡପ୍ରିକ୍ସ ଜିତି ହ୍ୟାଟ୍ରିକ ଅର୍ଜନ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ମୋନାକୋର ଏହି ୨୧ ବର୍ଷୀୟ ଡ୍ରାଇଭର ମର୍ସିଡିଜର ଲୁଇସ୍‌ ହାମିଲଟନ ଓ ଫେରାରୀର ସେବାଷ୍ଟିଆନ ଭେଟେଲଙ୍କୁ ପଛରେ ପକାଇ ଏହି ସଫଳତା ପାଇଛନ୍ତି। ହାମିଲଟନଙ୍କଠାରୁ ସେ ୦.୧୯୧ ସେକେଣ୍ଡରେ ପଛରେ ପକାଇଥିଲେ। ଚାଲର୍‌ସ ୧:୩୬. ୨୧୭ ସେକେଣ୍ଡ ସମୟ ନେଇ ଶୀର୍ଷ ସ୍ଥାନରେ ରହିଥିଲେ। ସେହିପରି ହାମିଲଟନ ୧: ୩୬.୪୦୮, ଭେଟେଲ ୧: ୩୬.୪୩୭ ସେକେଣ୍ଡ ସୟମ ନେଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ରବିବାର ଟାଇଟଲ ପାଇଁ ରେସ୍‌ ଆୟୋଜନ ହେବ।

Share