Categories: ଜାତୀୟ

ସିଙ୍ଗାପୁର ନ ଯିବାକୁ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨ା୨(ପି.ଟି.): ଚାଇନାରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଥିବା ବେଳେ ପଡ଼ୋଶୀ ଭାରତ ଏନେଇ ସତର୍କ ରହିଛି। କରୋନା ସଂକ୍ରମଣ ରୋକିବା ଲାଗି ଭାରତ ଏକାଧିକ ପଦକ୍ଷେପ ଗ୍ରହଣ କରିଛି। ନିହାତି ଆବଶ୍ୟକ ନ ଥିଲେ ସିଙ୍ଗାପୁର ଗସ୍ତ ବାତିଲ କରିବା ଲାଗି ଶନିବାର ସମସ୍ତ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ବିଶ୍ୱ ଲାଗି ଏହା ଏକ ସତର୍କ ଘଣ୍ଟି ପାଲଟିଛି। ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆ, କାଠମାଣ୍ଡୁ, ଇଣ୍ଡୋନେସିଆ, ଭିଏତ୍‌ନାମ, ମାଲେସିଆରୁ ଭାରତ ଆସୁଥିବା ବିମାନ ଯାତ୍ରୀଙ୍କୁ ବିମାନବନ୍ଦରରେ ସ୍କ୍ରିନିଂ କରାଯାଉଛି। କ୍ୟାବିନେଟ ସଚିବ ଶନିବାର ପରିସ୍ଥିତିର ସମୀକ୍ଷା କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନୁଷ୍ଠିତ ବୈଠକରେ ସ୍ବାସ୍ଥ୍ୟ, ପ୍ରତିରକ୍ଷା, ବେସାମରିକ ବିମାନ ଚଳାଚଳ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କ ସହ ସ୍ବରାଷ୍ଟ୍ର, ବହିର୍ବ୍ୟାପାର ମନ୍ତ୍ରଣାଳୟର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Share