Categories: ଜାତୀୟ

ସିଜେଆଇଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ: ତଦନ୍ତ କମିଟିରେ ହାଜର ହେଲେ ମହିଳା

ନୂଆଦିଲ୍ଲୀ,୨୭ା୪(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ସୁପ୍ରିମକୋର୍ଟର ପୂର୍ବତନ ମହିଳା କର୍ମଚାରୀ ଶୁକ୍ରବାର ଇନ୍‌ହାଉସ୍‌ ତଦନ୍ତ କମିଟିରେ ହାଜର ହୋଇଛନ୍ତି। ଅଭିଯୋଗର ତଦନ୍ତ ଲାଗି ଜଷ୍ଟିସ୍‌ ଏସ.ଏ. ବୋବ୍‌ଡେଙ୍କ ନେତୃତ୍ୱରେ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ଏବଂ ଇନ୍ଦିରା ବାନାର୍ଜୀଙ୍କୁ ନେଇ ତିନିଜଣିଆ କମିଟି ଗଠନ କରାଯାଇଛି। ଅଭିଯୋଗକାରିଣୀଙ୍କ ସମେତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ମଧ୍ୟ ଉକ୍ତ କମିଟିରେ ହାଜର ହୋଇଥିଲେ। ତେବେ ଶୁଣାଣିରେ ଭାଗନେବାକୁ କେବଳ ମହିଳାଙ୍କୁ ଅନୁମତି ମିଳିଥିଲା। ତାଙ୍କ ସହ ଆସିଥିବା ଓକିଲଙ୍କୁ ମଧ୍ୟ ଶୁଣାଣି ପ୍ରକ୍ରିୟାରେ ସାମିଲ ହେବାକୁ ଦିଆଯାଇ ନ ଥିଲା।

Share