Categories: ଜାତୀୟ

ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍‌ ଲାଗୁ କରିବେନି ମମତା

କୋଲକାତା,୬।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର କହିଛନ୍ତି ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍‌(ସିଏବି) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ତେଣୁ ଆମେ ପଶ୍ଚିମବଙ୍ଗରେ ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍‌(ସିଏବି)କୁ ଲାଗୁ କରିବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି। ଅନ୍ୟ ରାଜନୈତିକ ଦଳ ମଧ୍ୟ ଏହାକୁ ଗ୍ରହଣ କରନ୍ତୁ ନାହିଁ ବୋଲି ମମତା କହିଛନ୍ତି। ସୂଚନାଯୋଗ୍ୟ, ଯେତେବେଳେ କେନ୍ଦ୍ର ସରକାର ସବୁ ରାଜ୍ୟରେ ୨୦୨୪ ସୁଦ୍ଧା ଏନ୍‌ଆର୍‌ସି ଲାଗୁ କରିବା କଥା କହିଥିଲେ ସେତେବେଳେ ବି ମମତା କହିଥିଲେ ପଶ୍ଚିମବଙ୍ଗରେ ଏହାକୁ ଲାଗୁ କରାଯିବାକୁ ଦିଆଯିବ ନାହିଁ।

Share