ସିଟି ହସ୍ପିଟାଲ ଦାବିରେ ଉତ୍ତେଜନା: ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ବିଧାୟକଙ୍କୁ ଘେରିଲେ ସହରବାସୀ

ବରଗଡ ଅଫିସ, ୩।୨: ବରଗଡ ସହରରେ ଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଉତ୍ତେଜନା ବଢିବାରେ ଲାଗିଛି। ସୋମବାର ସକାଳୁ ସହରର ଦୋକାନ ବଜାର ବନ୍ଦ ଥିବାବେଳେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ଦିନ ପ୍ରାୟ ୮ଟାରେ ଲୋକଙ୍କ ଏହି ଦାବି ନେଇ ଏକ ବୈଠକ ହେବାର ଥିଲା। ତେବେ ବୈଠକରେ ଯୋଗଦେବା ପାଇଁ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିବା ପରେ ଲୋକେ ତାଙ୍କୁ ଘେରି ଯାଇ ସିଟି ହସ୍ପିଟାଲ ଦାବି କରିଛନ୍ତି। ଏହାକୁ ନେଇ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା ବଢିବାରେ ଲାଗିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି।