Categories: ଜାତୀୟ

ସିଟ୍‌ ବେଲ୍ଟ ନ ବାନ୍ଧିବାରୁ ସ୍କୁଟି ଚାଳକଙ୍କ କଟିଲା ଚାଲାଣ

ଲକ୍ଷ୍ନୌ,୪।୧୦: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ନିୟମ ପରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ହମିରପୁରରେ ଏକ ଅଜବ ଘଟଣା ଲୋକଲୋଚନକୁ ଆସିଛି। ଜଣେ ସ୍କୁଟିଚାଳକ ସିଟ୍‌ ବେଲ୍ଟ ବାନ୍ଧି ନ ଥିବାରୁ ଚାଲାଣ କଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସ୍କୁଟି ଚାଳକ ପ୍ରବୀଣ କୁମାରଙ୍କ ଗାଡିର କାଗଜପତ୍ର ହଜିଯାଇଥିଲା। କାଗଜପତ୍ର ନୂଆ କରିବା ପାଇଁ ସେ ଆରଟିଓ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ସେଠାରେ ପ୍ରବୀଣଙ୍କୁ ତାଙ୍କର ଚାଲାଣ କଟିଥିବା କଥା ଜଣାପଡ଼ିଥିଲା। ଏହାପରେ ସେ ଅଧିକାରୀ ଜଣକୁ ଚାଲାଣ ରସିଦ୍‌ ମାଗିଥିଲେ। ହେଲେଏ ରସିଦ୍‌ ଦେଖିବା ପରେ ସ୍କୁଟି ଚାଳକଙ୍କ ହୋସ ଉଡିଯାଇଥିଲା। ଏଥିରେ ଉଲ୍ଲେଖ ରହିଥିଲା ଯେ, ପ୍ରବୀଣ ସିଟ୍‌ ବେଲ୍ଟ ନ ବାନ୍ଧିଥିବାରୁ ତାଙ୍କାର ଚାଲାଣ କଟାଯାଇଛି। ଏନେଇ ସ୍କୁଟି ଚାଳକ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଅଧିକାରୀ ଜଣଙ୍କ ନୂଆ କାଗଜପତ୍ର ପାଇବା ହେଲେ ତାଙ୍କୁ ପ୍ରଥମେ ଜରିମାନା ଦେବାକୁ ପଡ଼ିବ ବୋଲି କହିଥିଲେ। ଏହି ଘଟଣା ଏବେ ସହରରେ ଆଲୋଡନ ସୃଷ୍ଟି କରିଛି।

Share