Categories: ଜାତୀୟ

ସିଟ୍‌ ବେଲ୍ଟ ବାନ୍ଧି ନ ଥିବାରୁ ପୋଲିସ କାଟିଲା ପୋଲିସର ଚାଲାଣ

ପାଟନା,୮।୧୧: ଭ୍ରଷ୍ଟାଚାରକୁ ଶେଷ କରିବା, ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ଓ ଯାତାୟାତକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଲାଗୁ କରାଯାଇଛି। ଏହି ନିମୟ ଲାଗୁ ହେବାର ୨ ମାସ ବିତିଯାଇଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଶୃଙ୍ଖଳା ଦେଖାଦେଇ ନାହିଁ। କାରଣ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ ଲୋକଙ୍କୁ ଅତ୍ୟଧିକ ମାତ୍ରାରେ ଜରିମାନା ଦେବାକୁ ପଡ଼ୁଛି। ହେଲେ କିଛି ଲୋକ ଏବେ ବି ଏହି ନିୟମକୁ ପାଳନ କରୁନାହାନ୍ତି। ଏହାରି ଭିତରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଉକ୍ତ ନିୟମର ଉଲ୍ଲଂଘନ କରିଥିବା ନଜର ଆସିଛି। ଘଟଣାଟି ହେଉଛି ବିହାରର ରାଜଧାନୀ ପାଟନାର। ଯେଉଁଠାରେ ନିଜେ ପୋଲିସ ଷ୍ଟେସନ୍‌ ହାଉସ୍‌ ଅଫିସର(ଏସ୍‌ଏଚ୍‌ଓ) ବାବୁ ଯାତାୟାତ ନିୟମ ଭାଙ୍ଗିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ପାଟନା ଶ୍ରୀକୃଷ୍ଣ ପୁରୀ ଥାନାର ଏସ୍‌ଏଚ୍‌ଓ ନୀରଜ କୁମାର ଗୁରୁବାର ସିଟ୍‌ ବେଲ୍ଟ ନ ବାନ୍ଧି ଗାଡି ଚଳାଉଥିବା ବେଳେ ରାସ୍ତାରେ ତାଙ୍କୁ ଟ୍ରାଫିକ୍‌ ପୋଲିସ ଅଟକାଇ ଦେଇଥିଲେ। ଏଥିସହ ତାଙ୍କ ଉପରେ ଜରିମାନା ଲଗାଇଥିଲେ। ଏହି ଘଟଣା ଏବେ ସହରରେ ଚର୍ଚ୍ଚାକୁ ଆସିବା ସହ ଟ୍ରାଫିକ୍‌ ପୋଲିସଙ୍କ ନିଷ୍ଠାକୁ ପ୍ରଶଂସା କରାଯାଇଛି।

Share