Categories: ଖେଳ

ସିଡ୍‌ନୀ ଟେଷ୍ଟକୁ ପ୍ରଭାବିତ କରିପାରେ ଧୂଆଁ

ସିଡ୍‌ନୀ,୧।୧(ଏପି)- ନ୍ୟୁ ସାଉଥ୍‌ ଓ୍ବେଲ୍ସ ଜଙ୍ଗଲରେ ନିଆଁ ଲାଗିଥିବାରୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପ୍ରଭାବିତ ହେବାର ବିଶେଷ ସମ୍ଭାବନା ରହିଛି। ସେଠାକାର ବାସିନ୍ଦାଙ୍କ ପାଇଁ ବାୟୁର ମାନ ଚିନ୍ତାଜନକ ହୋଇ ରହିଛି। ଶନିବାର ଅତ୍ୟଧିକ ଧୂଆଁ ବାହାରିବା ନେଇ ଆଶା କରାଯାଉଛି। ଜଙ୍ଗଲ ନିଆଁ ଯୋଗୁ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ୧୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କ ପ୍ରାଣହାନି ଘଟିଛି। ୨ ଜଣ ନିଖୋଜ ଥିବାବେଳେ ଏକ ହଜାରରୁ ଅଧିକ ବିଲ୍ଡିଂ ଓ ଘର ନଷ୍ଟ ହୋଇଯାଇଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଢ଼େଇ ହଜାର ଦମକଳ ବାହାନୀ ନିଯୁକ୍ତ ହୋଇଛନ୍ତି। ନିକଟରେ ଅତ୍ୟଧିକ ଧୂଆଁ ନିର୍ଗତ ହେବାରୁ ବିଗ୍‌ ବାଶ ଲିଗ୍‌ (ବିବିଏଲ)ର ଏକ ମ୍ୟାଚ୍‌କୁ ବାତିଲ କରିବାକୁ ପଡ଼ିଥିଲା। ତେବେ ଟେଷ୍ଟ ମ୍ୟାଚ୍‌ର ରେଫରି ରିଚି ରିଚାର୍ଡସନ ଓ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଖେଳ ନିର୍ଭର କରେ। ସେମାନେ ବାୟୁର ମାନ ଓ ଦୃଶ୍ୟତା ଯାଞ୍ଚ କରୁଛନ୍ତି।

Share