Categories: ବାଣିଜ୍ୟ

ସିଣ୍ଡିକେଟ ବ୍ୟାଙ୍କର ନୂଆ ହାଉସିଂ ଲୋନ୍‌ ସ୍କିମ୍‌

ଭୁବନେଶ୍ୱର,୧୪-୭: ସିଣ୍ଡିକେଟ ବ୍ୟାଙ୍କ ପକ୍ଷରୁ ନୂଆ ହାଉସିଂ ଲୋନ ସ୍କିମ୍‌ ‘ସିଣ୍ଡିନିବାସ ଟେକ୍‌ ଓଭର ଧମାକା’ ଶୁଭାରମ୍ଭ ହୋଇଛି। ଏହା ଗ୍ରାହକଙ୍କୁ ବିଶେଷ ସୁବିଧା ପ୍ରଦାନ କରିବ। ଚଳିତ ବର୍ଷ ଜୁଲାଇ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହାର ଲାଭ ଗ୍ରାହକମାନେ ନେଇ ପାରିବେ। ଗ୍ରାହକ ସିଣ୍ଡିକେଟ ବ୍ୟାଙ୍କର ନିକଟସ୍ଥ ଶାଖା କାର୍ଯ୍ୟାଳୟ ଏବଂ ଆଞ୍ଚଳିକ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ଲାଭ କରିପାରିବେ। ଏହି ସ୍କିମର ଲାଭ ଉଠାଇବାକୁ ଗ୍ରାହକଙ୍କୁ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ମୂରଲୀଧର ବେହେରା ସୂଚନା ଦେଇଛନ୍ତି।

Share