Categories: ବାଣିଜ୍ୟ

ସିଣ୍ଡିକେଟ ବ୍ୟାଙ୍କର ନୂତନ କ୍ଷେତ୍ରୀୟ ପ୍ରବନ୍ଧକ

ଭୁବନେଶ୍ୱର,୨୧-୫: ସିଣ୍ଡିକେଟ ବ୍ୟାଙ୍କ କ୍ଷେତ୍ର-୨ର ନୂତନ ପ୍ରବନ୍ଧକ ଭାବେ ଚନ୍ଦ୍ରକାନ୍ତ ଦାସ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କାନପୁର କ୍ଷେତ୍ରୀୟ କାର୍ଯ୍ୟାଳୟର ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ୧୯୮୪ରେ ସିଣ୍ଡିକେଟ ବ୍ୟାଙ୍କରୁ ସେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ରାଞ୍ଚିଠାରେ ଉପକ୍ଷେତ୍ରୀୟ ପ୍ରବନ୍ଧକ ଲକ୍ଷ୍ନୌଠାରେ ମୁଖ୍ୟ ପ୍ରବନ୍ଧକ ଭାବେ ସେ କାର୍ଯ୍ୟ କରିଛନ୍ତି। ୨୦୧୮ରେ ସେ ଉପମହାପ୍ରବନ୍ଧକ ପଦବୀକୁ ପଦୋନ୍ନତି ପାଇଥିଲେ। ଭୁବନେଶ୍ୱର କ୍ଷେତ୍ର-୨କୁ ଏକ ପ୍ରମୁଖ କ୍ଷେତ୍ର କରାଇବା ସହ କାସା,ରିଟେଲ, ଏଗ୍ରି, ଏମ୍‌ଏସ୍‌ଏମ୍‌ଇ ଏବଂ ରିକଭରି ଉପରେ ଧ୍ୟାନ କେନ୍ଦ୍ରୀତ କରିବା ତାଙ୍କର ଲକ୍ଷ୍ୟ ରହିଛି। ଏହି ଅବସରରେ ଉପକ୍ଷେତ୍ରୀୟ ପ୍ରବନ୍ଧକ କମଳାକାନ୍ତ ମିଶ୍ରଙ୍କ ସମେତ ବ୍ୟାଙ୍କର ଅନ୍ୟ ଅଧିକାରୀ ତଥା କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଛନ୍ତି।

Share