Categories: ଖେଳ

ସିତ୍‌ପାସ୍‌ଙ୍କୁ ଏଟିପି ଫାଇନାଲ୍ସ ଟାଇଟଲ

ଲଣ୍ଡନ,୧୮।୧୧(ଏଏଫ୍‌ପି)- ଗ୍ରୀସ୍‌ର ଷ୍ଟିଫାନୋସ ସିତ୍‌ସିପାସ୍‌ ପ୍ରଥମ ସେଟ୍‌ ହରିବା ପରେ ମଧ୍ୟ ଡୋମିନିକ ଥିଏମଙ୍କୁ ପରାସ୍ତ କରି ଚଳିତ ଏଟିପି ଫାଇନାଲ୍ସ ଟାଇଟଲ ହାତେଇଛନ୍ତି। ୨୧ ବର୍ଷୀୟ ସିତ୍‌ସିପାସ୍‌ ୬-୭(୬/୮), ୬-୨, ୭-୬ (୭/୪) ସେଟ୍‌ରେ ଫାଇନାଲ ମ୍ୟାଚ୍‌କୁ ଜିତି ନେଇଛନ୍ତି। ୨୦୦୧ରେ ଲେଇଟନ ହଓ୍ବେିଟଙ୍କ ପରେ ସର୍ବକନିଷ୍ଠ ଖେଳାଳି ଭାବେ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଜିତିଛନ୍ତି। ଚଳିତ ସିଜନରେ ସିତ୍‌ସିପାସ୍‌ଙ୍କ ଏହା ତୃତୀୟ ଟାଇଟଲ। ସେମିଫାଇନାଲରେ ରୋଜର ଫେଡରରଙ୍କୁ ସିଧାସଳଖ ସେଟ୍‌ରେ ହରାଇବା ପରେ ସେ ଫାଇନାଲରେ ସ୍ଥାନ ପକ୍କା କରିଥିଲେ।

Share