ସିଦ୍ଧାର୍ଥଙ୍କ ପ୍ରେମରେ ଆରତୀ, ହେଲେ କହିପାରୁନାହାନ୍ତି ମନକଥା

ବମ୍ବେ: ସୁପରଷ୍ଟାର ଗୋବିନ୍ଦାଙ୍କ ଭାଣିଜୀ ଆରତୀ ସିଂଙ୍କୁ ନେଇ ନୂଆ ଚର୍ଚ୍ଚା। ସେ କୁଆଡ଼େ ବିଗ୍‌ ବସ୍‌ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳାଙ୍କୁ ମନେମନେ ଭଲ ପାଉଛନ୍ତି। ନିଜେ ଆରତୀ ବିଗ୍‌ ବସ୍‌ରେ ଏବେ ଅଛନ୍ତି। ତେଣୁ ଏଭଳି କିଛି ଚର୍ଚ୍ଚା ଶୋ’ରୁ ଆରମ୍ଭ ହୋଇଛି। ଗୋଟିଏ ପଟେ ସେ ସିଦ୍ଧାର୍ଥଙ୍କୁ ପସନ୍ଦ କରୁଥିବା ବେଳେ ସିଦ୍ଧାର୍ଥ କିନ୍ତୁ ତାଙ୍କୁ ଅନୁକୂଳ ସଂକେତ ଦେଉନାହାନ୍ତି। ଫଳରେ ଆରତୀଙ୍କ ପ୍ରେମ ଗାଡ଼ି ଅଟକି ରହିଛି।

ନିକଟରେ ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ପ୍ରିନ୍ସ ନରୁଲା ମଧ୍ୟ ଏଭଳି କିଛି ସନ୍ଦେହ କରୁଥିବା କହିଛନ୍ତି। ଆରତୀଙ୍କ ଆଖିରେ ପ୍ରେମ ନଜର ଆସିଥାଏ। ଏପରିକି ସେ ଶୋ’ରେ ସିଦ୍ଧାର୍ଥଙ୍କ ନିକଟତର ଥିବା ଶହନାଜ ଗିଲ୍‌ଙ୍କୁ ମଧ୍ୟ ଈର୍ଷା କରନ୍ତି। ଅନେକ ଥର ସିଦ୍ଧାର୍ଥ ଆରତୀଙ୍କୁ କଟୁକଥା କହିଛନ୍ତି। ହେଲେ ସେ ସବୁବେଳେ ତାଙ୍କୁ ସମର୍ଥନ କରିଥାଆନ୍ତି ବୋଲି ପ୍ରିନ୍ସ କହିଛନ୍ତି।

Share