ସିଦ୍ଧାର୍ଥଙ୍କ ସହ ଯାହା ଘଟିଛି, ମୋ ସହ ବି ସେମିତି ହୋଇଥିଲା:ମାଲ୍ୟା

ଲଣ୍ଡନ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରଯାଇଛି। ବ୍ୟବସାୟରେ କ୍ଷତି ହେଉଥିବାବେଳେ ବାରମ୍ବାର ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟର ଚଢଉ ଯୋଗୁ ସେ ଆତ୍ମହତ୍ୟା କରିଥିବା ଏକ ଚିଠିରୁ ଜଣାପଡିଛି। ଏହି ଚିଠି ସିଦ୍ଧାର୍ଥ ତାଙ୍କ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ। ତେବେ ପଳାତକ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା ସିଦ୍ଧାର୍ଥଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି। ସେ କହିଛନ୍ତି, ସିଦ୍ଧାର୍ଥଙ୍କ ସହ ଯାହା ଘଟିଛି ତାହା ମୋ ସହ ବି ଘଟିଥିଲା। ବାରମ୍ବାର ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟର ମୋ ସମ୍ପତ୍ତି ଉପରେ ଚଢାଉ କରିଥିଲେ। ମୋତେ ସେମାନେ ବହୁତ ହଇରାଣ କରିଥିଲେ। ସିଦ୍ଧାର୍ଥ ଜଣେ ସରଳ ଲୋକ ଥିଲେ। ତାଙ୍କ ଚିଠି ପଢି ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡିଛି ବୋଲି ମାଲ୍ୟା କହିଛନ୍ତି।

Share