Categories: ଜାତୀୟ

ସିଦ୍ଧାର୍ଥ ଶୁକ୍ଳା ‘ବିଗ୍‌ ବସ୍‌ ୧୩’ ବିଜେତା

ମୁମ୍ବାଇ,୧୬ା୨: ବିଗ୍‌ ବସ୍‌ ହାଉସ୍‌ରେ ଦୀର୍ଘ ମାସର ସଂଘର୍ଷ ପରେ ଶନିବାର ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ସିଦ୍ଧାର୍ଥ ଶୁକ୍ଳା ବିଜେତା ଘୋଷିତ ହୋଇଛନ୍ତି। ‘ଦିଲ୍‌ ସେ ଦିଲ୍‌ ତକ୍‌’ର ଅଭିନେତା ଟ୍ରଫି ସହ ୪୦ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି। ଚୂଡ଼ାନ୍ତ ପର୍ଯ୍ୟାୟରେ ଆସିମ୍‌ ରିଆଜ୍‌ଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଥିରେ ସିଦ୍ଧାର୍ଥ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧିକାଂଶ ମହିଳା ପ୍ରତିଯୋଗୀ ତାଙ୍କୁ ଚୟନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ପରାସ ଛୋବ୍ରାଙ୍କ ଭଳି ପ୍ରତିଯୋଗୀମାନଙ୍କ ସହ ସିଦ୍ଧାର୍ଥଙ୍କ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ସେତେବେଳେ ସେ ଆସିମ୍‌ଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। କିଛି ମାସ ମଧ୍ୟରେ ସମୀକରଣ ବଦଳି ଯାଇଥିଲା। ଉଭୟଙ୍କ ମଧ୍ୟରେ ଶତ୍ରୁତା ଦେଖାଦେଇଥିଲା। ଚୂଡାନ୍ତ ପର୍ଯ୍ୟାୟରେ ସିଦ୍ଧାର୍ଥଙ୍କ ସହ ଆସିମ ଏବଂ ଶେହନାଜ ଗିଲ୍‌ ରହିଥିଲେ। ଆରତି ସିଂ ଓ ଅଭିନେତ୍ରୀ ରଶ୍ମୀ ଦେଶାଇ ଶୋ’ରୁ ବାଦ୍‌ ପଡିଥିଲେ।

Share