ସିଦ୍ଧିଦାତା ବେଶରେ ଦର୍ଶନ ଦେଲେ ମା’ ଅମ୍ବିକା

ବାରିପଦା ଅଫିସ,୮ା୧୦- ବାରିପଦାର ଇଷ୍ଟଦେବୀ ମା’ ଅମ୍ବିକାଙ୍କ ପୀଠରେ ପାର୍ବଣ ଉପଲକ୍ଷେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ସୋମବାର ମା’ ସିଦ୍ଧିଦାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଦେବୀଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହୁଥିବା ଦେଖିବାକୁ ମିଳୁଛି।