କରୀନା କପୁରଙ୍କ ନିକ୍ ନେମ୍ ‘ବେବୋ’ ବୋଲି ପ୍ରାୟ ଅନେକେ ଜାଣନ୍ତି। ହେଲେ ଏହାପୂର୍ବରୁ ତାଙ୍କ ଜେଜେ ତଥା ବଲିଉଡ୍ର ଶୋ’ମ୍ୟାନ୍ ଭାବେ ପରିଚିତ ପ୍ରଖ୍ୟାତ ଅଭିନେତା-ପ୍ରଯୋଜକ-ନିର୍ଦ୍ଦେଶକ ରାଜ କପୁର କରୀନାଙ୍କ ନିକ୍ ନେମ୍ ‘ସିଦ୍ଧିମା’ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ପରିବାର ସଦସ୍ୟ ଏବଂ କେତେକ ସମ୍ପର୍କୀୟ କରୀନାଙ୍କୁ ‘ବେବୋ’ ନାଁରେ ଡାକିବା ଆରମ୍ଭ କଲେ। ବାସ୍, ତା’ପରେ ଏପର୍ଯ୍ୟନ୍ତ ତାଙ୍କୁ ‘ବେବୋ’ ନାମରେ ହିଁ ଡକାଯାଇଆସୁଅଛି। ତାଙ୍କର ଶୁଭ ନାମ ‘କରୀନା’ ପଛରେ ମଧ୍ୟ ଏକ କାହାଣୀ ରହିଛି। ଯେତେବେଳେ ତାଙ୍କ ମା’ ଗର୍ଭବତୀ ଥିଲେ ସେତେବେଳେ ସେ ‘ଆନ୍ନା କରୀନା’ ନାମକ ଏକ ବହି ପଢ଼ୁଥିଲେ। ସେଥିରୁ ଏହି ଶୁଭ ନାମ ‘କରୀନା’କୁ ରଣଧୀର କପୁର (କରୀନାଙ୍କ ପିତା) ପସନ୍ଦ କରିଥିଲେ।