Categories: ଜାତୀୟ

ସିଦ୍ଧୁଙ୍କୁ ଆଉ ଏକ ଝଟକା

ଚଣ୍ଡିଗଡ଼,୯ା୬-ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ନବଜ୍ୟୋତ୍‌ ସିଂ ସିଦ୍ଧୁଙ୍କୁ ଆଉ ଏକ ଝଟକା ଲାଗିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରବିବାର ସରକାରୀ ଯୋଜନାଗୁଡିକର ତଦାରଖ ପାଇଁ ୮ଟି ପରାମର୍ଶଦାତା କମିଟି ଗଠନ କରିଛନ୍ତି। ଏଥିରେ ବରିଷ୍ଠ ମନ୍ତ୍ରୀ ସିଦ୍ଧୁଙ୍କୁ ସାମିଲ କରାଯାଇ ନାହିଁ ବୋଲି ଜଣାପଡିଛି। ୨ଦିନ ତଳେ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିଥିଲେ। ଏଥିରେ ନବଜ୍ୟୋତ୍‌ ସିଂ ସିଦ୍ଧୁଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ହରାଇବାକୁ ପଡିଥିଲା। ତାଙ୍କଠାରୁ ସ୍ବାୟତ୍ତ ଶାସନ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ କାଢ଼ି ନିଆଯାଇ ଶକ୍ତି ବିଭାଗ ଦିଆଯାଇଥିଲା। ସୂଚନାଯୋଗ୍ୟ, ଗତକିଛିଦିନ ହେବ ଅମରିନ୍ଦର ସିଂହ ସିଦ୍ଧୁଙ୍କ ମଧ୍ୟରେ କଥା କଟାକଟି ଚାଲିଛି। ଗତ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଅମିରିନ୍ଦର ସିଦ୍ଧୁଙ୍କୁ ଦାୟୀ କରିଛନ୍ତି। ସେପଟେ, ମୋ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସିଦ୍ଧୁ କହିଥିଲେ।

Share