Advertisement
Categories: ଜାତୀୟ

ସିଦ୍ଧୁଙ୍କୁ ଇସି ନୋଟିସ

ନୂଆଦିଲ୍ଲୀ,୨୧ା୪: ସାମ୍ପ୍ରଦାୟିକ ମନ୍ତବ୍ୟ ଲାଗି କଂଗ୍ରେସ ନେତା ନବଜ୍ୟୋତ୍‌ ସିଂ ସିଦ୍ଧୁଙ୍କୁ ନିର୍ବାଚନ କମିଶନ (ଇସି) କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ତାଙ୍କୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାଜିତ କରିବା ଲାଗି ସେ ମୁସଲମାନ ଭୋଟରଙ୍କୁ ଆହ୍ବାନ ଦେଇଥିଲେ। ସେ ଆଦର୍ଶ ଆଚରଣ ବିଧି ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ପ୍ରମାଣ ମିଳିଯାଇଛି। ରାଜନୈତିକ ପ୍ରଚାର ପାଇଁ ଧର୍ମୀୟ ସହାୟତା ନ ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ବିହାର କଟିହାର ଜିଲାର ଏକ ନିର୍ବାଚନୀ ସଭାରେ ସିଦ୍ଧୁଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏତଲା ଦାଏର ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share