Categories: ଜାତୀୟ

ସିଦ୍ଧୁ ଦରମା ନେଉଛନ୍ତି ହେଲେ କାମ କରୁନାହାଁନ୍ତି: ଭାଜପା ନେତା

ନୂଆଦିଲ୍ଲୀ,୯।୭: ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ରାଜନୈତିକ ଟଣା ଓଟରା ଲାଗି ରହିଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେବି ଲାଗି ରହିଛି। ଏହାକୁ ନେଇ ଏବେ ପଞ୍ଜାବର ଭାଜପା ନେତା ତରୁଣ ଚୁଗ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି। ତରୁଣ କହିଛନ୍ତି ମନ୍ତ୍ରୀଭାବେ ସିଦ୍ଧୁ ଶପଥ ନେଇଛନ୍ତି ସତ। ହେଲେ ସେ ଯଦି ଲୋକଙ୍କ ପାଇଁ କାମ କରୁ ନାହାଁନ୍ତି ତେବେ ଏହା ସାଧାରଣ ଜନତାଙ୍କ ପ୍ରତି ଏକ ପ୍ରକାର ଅପମାନ। ଏହାସହ ପ୍ରତି ମାସରେ ଦରମା ନେଇ କାମ ନ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ତରୁଣ କହିଛନ୍ତି। ଯଦି ତାଙ୍କର କାମ କରିବାରେ ଇଚ୍ଛା ନାହିଁ ତେବେ ଏହି ଦାୟିତ୍ୱ ଅନ୍ୟ କାହାକୁ ଦିଆଯାଉ ନତେଚ୍‌ ଏହା ଉପରେ କିଛି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ବୋଲି ତରୁଣ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ସିଦ୍ଧୁଙ୍କ ବିଭାଗରେ ଅଦଳ ବଦଳ କରାଯିବାରୁ ସେ ଏଥିରେ ଅରାଜି ହୋଇ ଏପର୍ଯ୍ୟନ୍ତ ନୂଆ ବିଭାଗର ଦାୟିତ୍ୱ ନେଉ ନାହାଁନ୍ତି।

Share