ସିଧା ପ୍ରସାରଣ ବେଳେ ଚେୟାରରୁ ଗଳି ପଡିଲେ ବରିଷ୍ଠ ପାକିସ୍ତାନୀ ବିଶ୍ଳେଷକ

ଇସ୍‌ଲାମାବାଦ,୨୧।୯: ପାକିସ୍ତାନ ଏବେ ଭାରତକୁ ନେଇ ତା’ର ନ୍ୟୁଜ ଚ୍ୟାନେଲରେ ଭିନ୍ନ ଭିନ୍ନ ଆଲୋଚନା କରୁଥିବା ବେଳେ କଶ୍ମୀର ପ୍ରସଙ୍ଗକୁ ନେଇ କିଛି ଭୁଲ୍‌ ଖବର ମଧ୍ୟ ପରିବେଷଣ କରୁଛି ବୋଲି କୁହାଯାଉଛି। ଏମିତି କରୁଥିବା ବେଳେ ପରିହାସର ମଧ୍ୟ ଶିକାର ହେଉଛି ପାକିସ୍ତାନ। ନିକଟରେ ତା’ର ଜଣେ ନ୍ୟୁଜ ଆଙ୍କର ଭାରତ ବିରୋଧରେ କହୁଥିବା ବେଳେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଥିଲେ। କେବଳ ସେତିକି ନୁହେଁ ଏମିତି ଉପସ୍ଥାପନା ପାଇଁ ମଧ୍ୟ ଅନେକ ସମୟରେ ପାକିସ୍ତାନ ପରିହାସର ଶିକାର ମଧ୍ୟ ହେଉଛି। ଏବେ ପାକିସ୍ତାନର ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଲୋକେ ନ ହସି ରହି ପାରୁ ନାହାଁନ୍ତି। ଉକ୍ତ ଭିଡିଓଟି ସେପ୍ଟେମ୍ବର ୧୬ର ବୋଲି କୁହାଯାଉଛି। ଏହି ଭିଡିଓରେ ଦେଖାଯାଇଛି କି ସିଧାପ୍ରସାରଣ ଚାଲିଥିବା ବେଳେ ଉପସ୍ଥାପକଙ୍କ ସହ ୨ ଜଣ ପ୍ଲାନେଲିଷ୍ଟ ରହିଛନ୍ତି। ଆଉ ହଠାତ୍‌ ଜଣେ ବରିଷ୍ଠ ପ୍ୟାନେଲିଷ୍ଟଙ୍କ ଚେୟାର ଭାଙ୍ଗି ପଡିବା ଫଳରେ ସେ ତଳକୁ ଖସିପଡି ଅଦୃଶ୍ୟ ହୋଇ ଯାଉଛନ୍ତି। ଏତିକିବେଳେ ଉପସ୍ଥାପକଙ୍କର ପ୍ରତିକ୍ରିୟା ମଧ୍ୟ ଦେଖିବା ଭଳି ହୋଇଛି। କାରଣ ସେ କିଛି ନ ବୁଝିପାରି ଖାଲି ଜିଭ କାମୁଡୁଥିବା ଦେଖାଯାଇଛି। ପାକିସ୍ତାନର ଏହି ଭିଡିଓଟି ଏବେ ଭାଇରାଲ ହେବା ସହ ପୁଣିଥରେ ଲୋକହସା ହୋଇଛି ଦେଶ।

Share