ସିନେମାରେ ରାଖୀ

ଦେବ ଆନନ୍ଦଙ୍କ ଅଭିନୀତ ‘ହରେ ରାମା ହରେ କ୍ରିଷ୍ଣା’ ସେ ସମୟରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଭାଇ-ଭଉଣୀ ସମ୍ପର୍କକୁ ବେଶ୍‌ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ ନିର୍ଦ୍ଦେଶକ ଦେବ ଆନନ୍ଦ। ସେଥିରେ ରାଖୀକୁ ନେଇ ଏକ ହୃଦୟସ୍ପର୍ଶୀ ଗୀତ ଦୃଶ୍ୟାୟିତ ହୋଇଥିଲା। ତାହା ଥିଲା ‘ଫୁଲେଁା କା ତାରେଁା କା କ୍ୟା କହେନା ହୈ, ଲାଖେଁା ହଜାରୋ ମେଁ ମେରା ବହନା ହୈ’। ଏହି ଗୀତର ତାଳେ ତାଳେ ଦେବ ଆନନ୍ଦ ଏବଂ ଜୀନତ ଅମନଙ୍କ ଅଭିନୟ କେତେ ଜୀବନ୍ତ ଥିଲା ତାହା କହିବା ବାହୁଲ୍ୟ। ଆନନ୍ଦ ବକ୍ସିଙ୍କ ରଚିତ ଉକ୍ତ ଗୀତଟିକୁ ଆର.ଡି.ବର୍ମନ ସ୍ବର ଦେଇଥିବା ବେଳେ କଣ୍ଠଦାନ କରିଥିଲେ କିଶୋର କୁମାର ଏବଂ ଲତା ମଙ୍ଗେସକର। ଲତାଙ୍କ କଣ୍ଠରେ ଆଉ ଏକ ରାଖୀ ଗୀତକୁ ମଧ୍ୟ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଗୀତଟି ହେଲା-‘ଭୈୟା ମେରି ରାଖୀ କେ ବନ୍ଧନ କୋ ନିଭାନା’ ଆଉ ଫିଲ୍ମଟି ଥିଲା ‘ଛୋଟା ବହନ୍‌’। ବଲରାଜ ସାହାଣୀ ଏବଂ ରେହମନଙ୍କୁ ନେଇ ଏଥିରେ ଏକ ରାଖୀ ଗୀତ ସଂଯୋଜିତ ହୋଇଥିଲା, ଯାହା ପାଇଁ କଣ୍ଠଦାନ କରିଥିଲେ ଲତା। ଶୈଳେନ୍ଦ୍ରଙ୍କ ରଚିତ ଏହି ଗୀତକୁ ସ୍ବର ଦେଇଥିଲେ ଶଙ୍କର-ଜୟକିଶନ। ୧୯୭୪ରେ ନିର୍ମିତ ହୋଇଥିଲା ହିନ୍ଦୀ ସିନେମା ‘ରେଶମ କି ଡୋରି’। ଭାଇ-ଭଉଣୀ ସମ୍ପର୍କକୁ ଆଧାର କରି ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟିର ରାଖୀ ଗୀତ ‘ବହନା ନେ ଭାଇ କା କଲାଇ ସେ ରାଖୀ ବାନ୍ଧା ହୈ’। ଧମେନ୍ଦ୍ର ଏବଂ ସାଇରାବାନନୋଙ୍କୁ ନେଇ ଏହି ଗୀତଟିର ଦୃଶ୍ୟାୟନ କରାଯାଇଥିଲା। ଗୀତଟି ପାଇଁ କଣ୍ଠଦାନ କରିଥିଲେ ସୁମନ କଲ୍ୟାନପୁର।

ରାଖୀ ବାନ୍ଧିଲି ମୋ ରଖିବ ମାନ

‘ଭାଇ ମୋର ତୋତେ ରହିଲା ରାଣ କହିବୁନି କଥା ପଦିଏ ଟାଣ, ତୋ ଆଖିରେ କେବେ ଦେବିନି ମୁଁ ଲୁହ ହସାଇବି ତୋତେ ସାରା ଜୀବନ.. ରାଖୀ ବାନ୍ଧିଲି ମୋ ରଖିବ ମାନ’ ରାଖୀକୁ ନେଇ ଦୃଶ୍ୟାୟିତ ଏହି ଗୀତଟି କେତେ ଶ୍ରୋତାଦୃତ ତାହା କହିବା ବାହୁଲ୍ୟ। ଶିବାନୀ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ଏହି ପ୍ରଥମ ସିନେମାର ଟାଇଟଲ ଥିଲା ‘ରାଖୀ ବାନ୍ଧିଲି ମୋ ରଖିବ ମାନ’। ରତିକାନ୍ତ କାନୁନଗୋଙ୍କ ପ୍ରଯୋଜନାରେ ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ। କେବଳ ସେତିକି ନୁହେଁ, ମଳୟ ମିଶ୍ରଙ୍କ ସ୍ବର ସଂଯୋଜନାରେ ଏହି ଫିଲ୍ମଟି ମ୍ୟୁଜିକାଲ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏଥିରେ ଭାଇ ଭୂମିକାରେ ମିହିର ଦାସ ଓ ଭଉଣୀ ରୋଲ୍‌ରେ ଅନୁ ଚୌଧୁରୀଙ୍କ ଭୂମିକା ଏବଂ ପ୍ରୀତିନନ୍ଦା ରାଉତରାୟଙ୍କ କଣ୍ଠରେ ଏହି ଟାଇଟଲ ଗୀତ ସେ ସମୟରେ ବେଶ୍‌ ଦର୍ଶକାଦୃତ ହୋଇଥିଲା। ରାଖୀକୁ ନେଇ ଦୃଶ୍ୟାୟିତ ଅନ୍ୟତମ ଲୋକପ୍ରିୟ ଗୀତ ଥିଲା ‘ରାଖୀରେ ରାଖୀ ତୁ ରହିଲୁ ସାକ୍ଷୀ’। ‘ଚକା ଆଖି ସବୁ ଦେଖୁଛି’ ଚଳଚ୍ଚିତ୍ରରେ ସଂଯୋଜିତ ଏହି ଗୀତରେ ଉତ୍ତମ ମହାନ୍ତି ଏବଂ ପ୍ରତିଭା ସାହୁ ଅଭିନୟ କରିଥିଲେ। ୧୯୮୯ରେ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ଏହି ସିନେମାର ଗୀତଗୁଡିକୁ ସ୍ବର ଦେଇଥିଲେ ଅକ୍ଷୟ ମହାନ୍ତି। ୧୯୯୭ରେ ନିର୍ମିତ ହୋଇଥିଲା ଓଡ଼ିଆ ସିନେମା ‘ରାଖୀ ଭିଜିଗଲା ଆଖି ଲୁହରେ’। ଏଥିରେ ବିଜୟ ମହାନ୍ତି ଭାଇ ଏବଂ ରଚନା ବାନାର୍ଜୀ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ଦୁହିଁଙ୍କୁ ନେଇ ଦୃଶ୍ୟାୟିତ ‘ସୁନା ରୁପା ଗଉଣୀ’ ଗୀତଟି ବେଶ୍‌ ଲୋକପ୍ରିୟ ହୋଇଥିଲା। ସଂଗ୍ରାମ ବିଶ୍ୱାଳ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଏବଂ ସ୍ବର ସଂଯୋଜନା କରିଥିଲେ ଅରୁଣ ମହାନ୍ତି। ବିଜୟ, ରଚନାଙ୍କ ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର, ଦେବୁ ବୋଷଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ଓଡ଼ିଆ ସିନେମା ‘ସମୟ ହାତରେ ଡୋରି’ରେ ‘ମୋ ହାତରେ ବାନ୍ଧି ଦେଲୁ ରାଖୀ’ ଦୃଶ୍ୟାୟିତ ହୋଇଥିଲା। ଭାଇ-ଭଉଣୀ ସମ୍ପର୍କକୁ ନେଇ ପ୍ରସ୍ତୁତ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ‘ଫେରିଆ ମୋ ସୁନା ଭଉଣୀ’। ରଣଜିତ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଚିତ୍ରରେ ମିହିର ଦାସ, ଅପରାଜିତା ମହାନ୍ତି, ବବି ମିଶ୍ର ଏବଂ ଜିନା ଅଭିନୟ କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଲେ ଧୋନି! ଏହି ଫିଲ୍ମରେ କରିବେ ଅଭିନୟ

ନୂଆଦିଲ୍ଲୀ,୬।୯: ଦୁଇ ତାରକା ଗୋଟିଏ ଫିଲ୍ମରେ ଥିଲେ ଫିଲ୍ମର କ୍ରେଜ ହିଁ ବଢିଯାଏ। ଲୋକେ ତାଙ୍କ ପ୍ରିୟର ସୁପରଷ୍ଟାରଙ୍କୁ ଦେଖିବାକୁ ଭିଡ ଜମାଇଥା’ନ୍ତି। ଦକ୍ଷିଣ ଫିଲ୍ମର...

କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ବଲିଉଡ୍‌ ସେଲିବ୍ରିଟି: ଜାଣନ୍ତୁ ଲିଷ୍ଟର ସର୍ବାଗ୍ରେ ଅଛନ୍ତି କିଏ

ଚଳଚ୍ଚିତ୍ର ତାରକାମାନେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଟ୍ୟାକ୍ସ ଦିଅନ୍ତି। ଅଭିନେତା ଶାହାରୁଖ ଖାନ ୨୦୨୪ରେ ସମସ୍ତ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସର୍ବାଧିକ ଟିକସ ଦେଇଛନ୍ତି।...

ଲାଇଭ୍‌ ସାକ୍ଷାତକାରରେ କ୍ୟାଟ୍ରିନାଙ୍କ ଉପରେ ରାଗିଗଲେ ରଣବୀର, କହିଲେ ଚୁପ୍‌ ରୁହ…

ମୁମ୍ବାଇ: ଏକ ରେଡିଓ ରୁମ୍‌ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ...

ଭାବି ସ୍ତ୍ରୀଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ନାଗା ଚୈତନ୍ୟ

ସାଉଥ୍‌ ସୁପରଷ୍ଟାର୍‌ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି। ଏବେ ଉଭୟଙ୍କ ବିବାହ ଡେଟ୍‌କୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ଏସବୁ ଭିତରେ ଶୋଭିତାଙ୍କ...

‘ଏମର୍ଜେନ୍ସି’କୁ ହାଇକୋର୍ଟ ଝଟକା

ମୁମ୍ବାଇ, ୫।୯:ସେନସରଶିପ୍‌କୁ ନେଇ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବାତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ବୁଧବାର ବମ୍ବେ ହାଇକୋର୍ଟଙ୍କ ନିକଟରୁ ଆଶ୍ୱସ୍ତି ମିଳିନାହିଁ। ଫିଲ୍ମର ସହ ନିର୍ମାତା...

‘ଯେତେବେଳେ ମୁଁ ଏହି ଦୁନିଆ ଛାଡି ଚାଲିଯିବି…’, ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏମିତି କହିଦେଲେ ବିଗ୍‌ ବି, ଐଶ୍ୱର୍ଯ୍ୟାଙ୍କୁ ଦେବେ…

ମୁମ୍ବାଇ: ଅମିତାଭ ବଚ୍ଚନ ହେଉଛି ଶତାବ୍ଦୀର ମେଗାଷ୍ଟାର । ବିଗ୍‌ ବି ୫୦ ବର୍ଷରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ। ଏହି ୫୦...

‘ତାଙ୍କୁ ବୟକଟ କରିବା ଉଚିତ୍‌’, ଲଣ୍ଡନରୁ ମୁମ୍ବାଇ ଫେରିବା ମାତ୍ରେ ଅନୁଷ୍କାଙ୍କୁ ଏମିତି କହିଦେଲେ…

ମୁମ୍ବାଇ: ପୁଅ ଅକାୟଙ୍କ ଜନ୍ମର ୭ ମାସ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଲଣ୍ଡନରୁ ଭାରତ ଫେରିଛନ୍ତି। ଗତ କିଛି ସପ୍ତାହ ପୂର୍ବରୁ, ସେ ଏକ...

କଙ୍ଗନାଙ୍କ ପରବର୍ତ୍ତୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’

ମୁମ୍ବାଇ: ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି କଙ୍ଗନା ରାଣାଓ୍ବତ ମଙ୍ଗଳବାର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ମନୋଜ ତାପାଡ଼ିଆଙ୍କର ନିର୍ଦ୍ଦେଶନାରେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri