Categories: ଜାତୀୟ

ସିନ୍ଧିଆଙ୍କ କାର୍‌କୁ ଢେଲାମାଡ଼

ନୂଆଦିଲ୍ଲୀ, ୧୪।୩(ପି.ଟି.): କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେବା ସହ ଶୁକ୍ରବାର ରାଜ୍ୟ ସଭା ଲାଗି ନାମାଙ୍କନପତ୍ର ଦାଖଲ କରିଥିବା ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାର୍‌ ଉପରକୁ ଢେଲାମାଡ଼ କରାଯାଇଛି। ଭାଜପା ଜାତୀୟ ଉପସଭାପତି ଶିବରାଜ ସିଂ ଚୌହାନଙ୍କ ସହ ଆଲୋଚନା କରି ବିମାନବନ୍ଦର ଅଭିମୁଖେ ସିନ୍ଧିଆ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ତାଙ୍କୁ କଳାପତାକା ଦେଖାଇବା ସହ ସନ୍ଧ୍ୟାରେ କମଲା ପାର୍କ ନିକଟରେ ଆକ୍ରମଣ କରିବା ଲାଗି ପ୍ରୟାସ କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ଘଉଡ଼ାଇ ଥିଲା। ଏନେଇ ଚୌହାନ ମୁହଁ ଖୋଲିବା ସହ ତଦନ୍ତ ଦାବି କରିଛନ୍ତି। ରାଜ୍ୟରେ କିଭଳି ପରିସ୍ଥିତି ସୃ୍‌ଷ୍ଟିହୋଇଛି, ତାହା ଏଥିରୁ ସ୍ପଷ୍ଟ ବାରିହୋଇ ପଡ଼ୁଛି ବୋଲି ସେ କଟାକ୍ଷ କରି କହିଛନ୍ତି।

Share