Categories: ଜାତୀୟ

ସିନ୍ଧିଆଙ୍କ ୭୫ତମ ଜୟନ୍ତୀରେ ଜ୍ୟୋତିରାଦିତ୍ୟ କରିପାରନ୍ତି ବଡ଼ ଘୋଷଣା: ହାତ ଛାଡ଼ି ପଦ୍ମ ଧରିବା ନେଇ ଚର୍ଚ୍ଚା

ଭୋପାଳ,୧୦।୩: ମଧ୍ୟପ୍ରଦେଶରେ ରାଜନୈତିକ ସମୀକରଣ ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ପିତା ମାଧବ ରାଓ ସିନ୍ଧିଆଙ୍କ ୭୫ ତମ ଜୟନ୍ତୀରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବଡ଼ ଘୋଷଣା କରିବେ ବୋଲି ଆଲୋଚନା ହେଉଛି। କଂଗ୍ରେସରେ ବଢୁଥିବା ଗୋଷ୍ଠୀ କନ୍ଦଳକୁ ନେଇ ଜ୍ୟୋତିରାଦିତ୍ୟ ଏବେ ହାତ ଛାଡ଼ି ପଦ୍ମ ଧରିବାକୁ ଅଣ୍ଟା ଭିଡ଼ିଥିବା ନେଇ ଚର୍ଚ୍ଚା ହେଉଛି। ତାଙ୍କ ସମର୍ଥକଙ୍କୁ ଧରି ସେ ଭାଜପା ଶିବିରରେ ଯୋଗଦେବେ ବୋଲି କୁହାଯାଉଛି। ଏପରି ହେଲେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇ କ୍ଷମତାଚ୍ୟୁତ ହେବା ନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share