Categories: ଖେଳ

ସିନ୍ଧୁ ପୁଣି ପରାସ୍ତ

ଗୁଆଙ୍ଗଝୋ, ୧୩ା୧୨ (ପି.ଟି.)- ବର୍ଷର ଶେଷ ପ୍ରତିଯୋଗିତା ବିଡବ୍ଲ୍ୟୁଏଫ୍‌ ଓ୍ବାର୍ଲଡ ଟୁର୍‌ ଫାଇନାଲରେ ଗତଥରର ଚାମ୍ପିୟନ ପି.ଭି ସିନ୍ଧୁଙ୍କ ଅଭିଯାନ ଆପାତତଃ ଶେଷ ହୋଇଯାଇଛି। ଭାରତୀୟ ଖେଳାଳି ଗୁରୁବାର ଚାଇନାର ଚେନ୍‌ ୟୁଫିଙ୍କଠାରୁ ୨୨-୨୦, ୧୬-୨୧, ୧୨-୨୧ରେ ହାରିଯାଇଛନ୍ତି। ଏହି ମ୍ୟାଚ ୧ ଘଣ୍ଟା ୧୨ ମିନିଟରେ ଶେଷ ହୋଇଥିଲା। ସୂଚନାଯୋଗ୍ୟ, ୟୁଫି ଚଳିତ ସିଜନରେ ତାଙ୍କର ସମସ୍ତ ୬ଟି ଫାଇନାଲରେ ବିଜୟ ଲାଭ କରିଛନ୍ତି। ତନ୍ମଧ୍ୟରେ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ ଅନ୍ୟତମ। ଏଠାରେ ସିନ୍ଧୁ ବୁଧବାର ତାଙ୍କ ଓପନିଂ ମ୍ୟାଚରେ ଜାପାନର ଆକାନେ ୟାମାଗୁଚିଙ୍କଠାରୁ ପରାଜିତ ହୋଇଥିଲେ। ତାଙ୍କର କ୍ରମାଗତ ଏହା ଦ୍ୱିତୀୟ ପରାଜୟ। ସିନ୍ଧୁ ଶୁକ୍ରବାର ଯଦିଓ ହି ବିଙ୍ଗ୍‌ ଜିଆଓଙ୍କୁ ଭେଟିବେ ତେବେ ଟୁର୍ନାମେଣ୍ଟରେ ଆଗକୁ ବଢ଼ିବା ସୁଯୋଗ ଆଉ ନାହିଁ କହିଲେ ଚଳେ।

Share