ସିପିଆଇ,ସିପିଏମ୍‌ର ପ୍ରତିବାଦ ସଭା

ବାରିପଦା ଅଫିସ,୨୦ା୧୨- ଭାରତର ସମ୍ବିଧାନରେ ଏଠାକାର ନାଗରିକମାନଙ୍କୁ ଧର୍ମ, ଜାତି, ଭାଷା ଓ ଲିଙ୍ଗ ନିର୍ବିଶେଷରେ ସମାନ ଅଧିକାର ଦେବା ବ୍ୟବସ୍ଥା ରହିଛି। ପୂର୍ବରୁ ଥିବା ନାଗରିକତା ଆଇନରେ ଭାରତର ନାଗରିକ କିଏ ହୋଇପାରିବ ତାହା ଧାର୍ଯ୍ୟ କରାଯାଇଥିବାବେଳେ କେନ୍ଦ୍ର ସରକାର ଏହାକୁ ସଂଶୋଧନ କରିଛନ୍ତି। ଏହାକୁ ବିରୋଧ କରି ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ଓ ସିପିଆଇ(ଏମ୍‌) ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି। ନନୀ ଗୋପାଳ ବ୍ରହ୍ମା ଓ ଶ୍ରୀକାନ୍ତ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସିପିଆଇର ଜିଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ସିପିଆଇ(ଏମ)ର ଜିଲା ସମ୍ପାଦକ ରବି ଗୋସ୍ବାମୀ, ଅମଲ ଦେ, ବଳରାମ ମହାନ୍ତ, ରଘୁନାଥ ପଣ୍ଡା, ହରିଶ ସିଂ, ସୁଦର୍ଶନ ରାଉଳ, ରଥ ସିଂ, ଶ୍ୟାମ ସିଂ, ମୃତ୍ୟୁଞ୍ଜୟ ବେହେରା, ବିକର୍ତ୍ତନ କବି, ଶ୍ୟାମ ସୁନ୍ଦର ମୁର୍ମୁ, ହୃଷୀକେଶ ସାହୁ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।