ସିପିଆଇ ପାଳିଲା ମହଙ୍ଗା ମାଡ଼ ଦିବସ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ପ୍ରଥମ ମହିଳା ଶିକ୍ଷାବିତ୍‌ ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମଦିବସକୁ ଶୁକ୍ରବାର ସିପିଆଇ ନାରୀ ସୁରକ୍ଷା ଦିବସ ଭାବେ ପାଳନ କରିଛି। ଏହା ବ୍ୟତୀତ ଏହି ଦିବସକୁ ସିପିଆଇ ମହଙ୍ଗା ମାଡ଼ ଦିବସ ଭାବେ ମଧ୍ୟ ପାଳନ କରିଥିଲା। ଝିପିଝିପି ବର୍ଷାରେ ଭଗବତୀ ଭବନଠାରୁ ମାଷ୍ଟରକ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ମହିଳା କର୍ମୀମାନେ ଏକ ଶୋଭାଯାତ୍ରାରେ ପହଞ୍ଚି ଦମନ କରିବା ଲାଗି କଠୋର ଦଣ୍ଡ ଦେବା ପାଇଁ ଦାବି କରିଥିଲେ। ମହିଳାମାନଙ୍କ ମାମଲାକୁ ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର କରିବା ଦାବିରେ ସେମାନେ ସ୍ଲୋଗାନ ଦେଇଥିଲେ। ରେଳଭଡ଼ା, ରନ୍ଧନ ଗ୍ୟାସ୍‌, ପିଆଜ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା ମଧ୍ୟ କରିଥିଲେ। ଜୋନ୍‌ ସମ୍ପାଦକ ସୁର ଜେନା ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ବନଲତା ଜେନା, ପ୍ରମୋଦିନୀ ପାଇକରାୟ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ନାରୀ ନେତ୍ରୀ ରୀତା ସେଠୀ, ସସ୍ମିତା ନାୟକ, କୈଳାସ ପୁହାଣ, ଲୋକନାଥ ଭୋଇ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ଥିଲେ।

Share