ସିପେଟ୍‌ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ) ସିପେଟ୍‌ ସିଏସ୍‌ଟିଏସ୍‌ ଭୁବନେଶ୍ୱର ଏବଂ ରାଉରକେଲାସ୍ଥିତ ଏନ୍‌ଏସ୍‌ପିସିଏଲ୍‌ର ମିଳିତ ସହଯୋଗରେ ଚତୁର୍ଥ ବର୍ଷ ଲାଗି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡିକରେ ବେକାର ଯୁବତୀଯୁବକଙ୍କୁ ଦକ୍ଷତା ତାଲିମ ଦ୍ୱାରା ନିଯୁକ୍ତି ସୃଷ୍ଟି ଲାଗି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସିପେଟ୍‌ ସିଏସ୍‌ଟିଏସ୍‌ ଭୁବନେଶ୍ୱର କ୍ୟାମ୍ପସରେ ଏହାର ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ଏନ୍‌ଏସ୍‌ପିସିଏଲ୍‌ର ସିଇଓ ପି.କେ. ବୋନ୍ଦ୍ରିୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଦକ୍ଷତା ବିକାଶ କ୍ଷେତ୍ରରେ ଦୃଢମନା ହେବାକୁ ସିପେଟ୍‌ର ଉପନିର୍ଦ୍ଦେଶକ ତଥା ମୁଖ୍ୟ ଶୁଶ୍ରୀ ନିହାରିକା ପରିଡା ମତ ରଖିଥିଲେ। କାର୍ଯ୍ୟକ୍ରମରେ ଏନ୍‌ଏସ୍‌ପିସିଏଲ୍‌ ଜିଏମ୍‌ ଏସ୍‌.ଜୋଶେଫ, ଏଚ୍‌ଆର୍‌ ଆଲୋକ କୁମାର ରଣବୀର, ଏଜିଏମ୍‌ ଅନୁରାଜ ଶ୍ରୀବାସ୍ତବ,ସିପେଟ୍‌ ପ୍ରଶାସନିକ ଅଧିକାରୀ ଜୟନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share