Categories: ଜାତୀୟ

ସିବିଆଇକୁ ମିଳିଲା ରାଜୀବଙ୍କ ଠିକଣା

କୋଲକାତା,୧୯।୯: ଶାରଦା ଚିଟପଣ୍ଡ ମାମଲାରେ ଛନ୍ଦି ହୋଇଥିବା କୋଲକାତାର ପୂର୍ବତନ କମିଶନର ରାଜୀବ କୁମାରଙ୍କ ଠିକଣା ମିଳିଛି। ଗୁରୁବାର ରାଜୀବଙ୍କ ଠିକଣା ମିଳିବା ପରେ ସିବିଆଇର ଗୋଟିଏ ଟିମ୍‌ ସିଜିଓ କମ୍ଲେକ୍ସ ଯାଇଥିବା ବେଳେ ଅନ୍ୟ ଟିମ୍‌ କୋଲକାତା ସ୍ଥିତ ୩୪-ପାର୍କ ଷ୍ଟ୍ରିଟ ବାସଭବନରେ ଜଗି ରହିଛନ୍ତି। ଏଥିସହ ରାଜୀବଙ୍କ ସହ ଜଡିତ ଥିବା ୫ଟି ସ୍ଥାନରେ ସିବିଆଇ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଖୁବ୍‌ଶୀଘ୍ର ତାଙ୍କୁ ସିବିଆଇ ପକ୍ଷରୁ ଗିରଫ କରାଯିବ ବୋଲି ସୂଚନା ମିଳିଛି। ଶେଷଥର ରାଜୀବଙ୍କୁ ଶୁକ୍ରବାର ସାର୍ବଜନୀନ ଭାବେ ଦେଖିବାକୁ ମିଳିଥିଲା।

Share