ନୂଆଦିଲ୍ଲୀ,୯।୭: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ପକ୍ଷରୁ ମଙ୍ଗଳବାର ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସିବିଆଇର ଭିନ୍ନ ଭିନ୍ନ ଟିମ୍ ୧୯ଟି ରାଜ୍ୟର ଶହେ ୧୦ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଦୁର୍ନୀତି, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ସମେତ ୩୦ଟି ବିଭିନ୍ନ ମାମଲାରେ ଏହି ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍ରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଏଭଳି ଚଢ଼ାଉ କରାଯିବାର ଯୋଜନା ପ୍ରସ୍ତୁତ ହୋଇଥିବା କୁହାଯାଉଛି।