Posted inଜାତୀୟ

ସିବିଆଇସିର ୨୨ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ,୨୬।୮: କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି)ବା The Central Board of Indirect Taxes and Customs (CBIC) ୨୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏମାନେ ସମସ୍ତେ ସୁପରିଣ୍ଟେଣ୍ଡେଣ୍ଟ ଓ ଏଓ ର଼୍ୟାଙ୍କର ବୋଲି ଜଣାପଡିଛି। ଏମାନଙ୍କୁ ଫଣ୍ଡାମେଣ୍ଟାଲ ଆକ୍ଟ ୫୬(ଜେ) ଆଧାରରେ ଅବସର ଦିଆଯାଇଛି। ଏମାନଙ୍କ ଉପରେ ଭ୍ରଷ୍ଟାଚାର ଓ ଅନ୍ୟ ଅଭିଯୋଗ ଥିବାରୁ ଏମାନଙ୍କୁ ଅନିର୍ବାଜ୍ୟ ଅବସର ଦିଆଯାଇଥିବା ପ୍ରକାଶ। ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ କି ପ୍ରଶାସନରେ କେତେଜଣ ଲୋକ ନିଜ ପଦବୀର ଭୁଲ୍‌ ବ୍ୟବହାର କରୁଛନ୍ତି। ଏମାନଙ୍କ ବିରୋଧରେ ସରକାର ଐତିହାସିକ ପଦକ୍ଷେପ ନେବେ ବୋଲି ସେ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ଗତ ଜୁନ୍‌ରେ ଇଣ୍ଡିଆନ୍‌ ରେଭିନ୍ୟୁ ସର୍ଭିସ ଓ ଇନକମ୍‌ ଟାକ୍ସ ଡିପାର୍ଟମେଣ୍ଟର ୨୭ ଅଧିକାରୀଙ୍କୁ ଅବସର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପ୍ରଚାର ସମୟରେ ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାଗ୍‌

ମୁମ୍ବେଇ,୧୬।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ସେଠାରେ ପ୍ରଚାର ଅଭିଯାନ ଦ୍ରୁତ ଗତିରେ ଚାଲିଛି। ଏହି ସମୟରେ ନିର୍ବାଚନ ଆୟୋଗର ଅଧିକାରୀମାନେ ପୁଣି...

ମୋଦିଙ୍କୁ ବାଇଡେନଙ୍କ ସହ ତୁଳନା କଲେ ରାହୁଲ, କହିଲେ ଉଭୟଙ୍କୁ ହୋଇଛି ସମାନ ରୋଗ

ନୂଆଦିଲ୍ଲୀ,୧୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ସମୟରେ ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଶନିବାର (ନଭେମ୍ବର ୧୬) ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆତଙ୍କବାଦୀ ଏବେ ନିଜ ଘରେ ବି ସୁରକ୍ଷିତ ରହିପାରିବେ ନାହିଁ, ପଡୋଶୀ ଦେଶକୁ ନେଇ ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୧୬।୧୧: ଆତଙ୍କବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ...

ଜମ୍ମୁ-କଶ୍ମୀରରେ ରେକର୍ଡ ଭାଙ୍ଗିଲା ବେକାରୀ ସମସ୍ୟା, ୩.୫୨ ଲକ୍ଷ ବେରୋଜଗାର

ଶ୍ରୀନଗର,୧୬।୧୧: ଜମ୍ମୁ କଶ୍ମୀରରେ ବେକାରୀ ହାରରେ ବୃଦ୍ଧି ଘଟିଛି। ଜମ୍ମୁ କଶ୍ମୀର ସରକାରଙ୍କ ନିଯୁକ୍ତି ନିର୍ଦ୍ଦେଶାଳୟ (DoE) ର ତଥ୍ୟ ଅନୁଯାୟୀ ୨୦୨୪ର ପ୍ରଥମ ତ୍ରୟମାସିକରେ...

ରାହୁଲ ଗାନ୍ଧୀଙ୍କ ବ୍ୟାଗ୍‌ ଯାଞ୍ଚ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୧୬।୧୧: ନିର୍ବାଚନ ଆୟୋଗ ଅଧିକାରୀମାନେ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବ୍ୟାଗ ଯାଞ୍ଚ କରିଛନ୍ତି। ମହାରାଷ୍ଟ୍ରର ଅମରାବତୀରେ ନିର୍ବାଚନୀ ପ୍ରଚାରକୁ ଯିବା ସମୟରେ ରାହୁଲଙ୍କ ବ୍ୟାଗରେ...

ଇସ୍ତଫା ଦେଲେ ସୁଖବୀର ସିଂ

ଚଣ୍ଡୀଗଡ,୧୬।୧୧: ଇସ୍ତଫା ଦେଇଛନ୍ତି ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂ ବାଦଲ। ସେ ଦଳର ଅଧକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ନେତୃତ୍ୱରେ ବିଶ୍ୱାସ...

ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଝଟ୍‌କା, କାରଣ ଜାଣିଲେ…

ଅମରାବତୀ,୧୬।୧୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଲାଗିଛି ଶକ୍ତ ଝଟ୍‌କା। କାରଣ ତାଙ୍କ ଭାଇ ତଥା ଟିଡିପିର ପୂର୍ବତନ ବିଧାୟକ ନାରା ରାମମୂର୍ତ୍ତିଙ୍କ ଦେହାନ୍ତ ହୋଇଛି...

୩୭୦ ଧାରାକୁ ନେଇ କଂଗ୍ରେସର ୟୁଟର୍ନ, ରାଗିଗଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୬।୧୧: ଚଳିତ ନିର୍ବାଚନରେ ଜମ୍ମୁ କଶ୍ମୀରରେ ନାଶନାଲ କନଫରେନ୍ସ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଛି। ତେବେ ନିଜ ମନ ମୁତାବକ ପଦ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri