Categories: ଖେଳ

ସିବିଏସଇ ଜୋନାଲ ସ୍କେଟିଂ: ଓଡ଼ିଶାରୁ ଭାଗନେବେ ୩୫ ସ୍କେଟର

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ରାୟପୁରଠାରେ ସିବିଏସଇ ଜୋନାଲ ସ୍କେଟିଂ ଚାମ୍ପିୟନଶିପ୍‌ ଚଳିତମାସ ୧୨ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନ (ଓଆରଏସଏ) ସହ ଅନୁବନ୍ଧିତ ବିଭିନ୍ନ ଜିଲା ଏବଂ ସିବିଏସଇ ସ୍କୁଲରୁ ୩୫ ପ୍ରତିଯୋଗୀ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି। ପ୍ରତିଯୋଗୀମାନଙ୍କୁ ଗୁରୁବାର କଳିଙ୍ଗ ଷ୍ଟାଡିୟମ ପରିସରରେ ଆସୋସିଏଶନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇ ଉତ୍ସାହିତ କରାଯାଇଛି। ଆଗାମୀ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ପ୍ରତିଯୋଗୀମାନେ ହେଲେ ଆର୍ଯ୍ୟନ ନାୟକ, ଖୁସି ଅଗ୍ରଓ୍ବାଲ, ଆଦିତ୍ୟ ନାୟକ, ଆର୍ଯ୍ୟନ ସାହୁ, ହ୍ରିଶିତା ନାଗର, ତନୁଶ୍ରୀ ଚୌଧାରୀ, ଆଦର୍ଶ ଜୟସ୍ବାଲ, ଅର୍ମାନ ସୁବୁଦ୍ଧି, ପ୍ରୀତିଶ୍‌ ଆର୍ଯ୍ୟନ, ଆଦିଶ୍ରୀ ପ୍ରିୟଦର୍ଶିନୀ, କୌସ୍ତୁଭ ପଟ୍ଟନାୟକ, ଅନିଶ ତ୍ରିପାଠୀ, କମଲେଶ ସାହୁ, ସୃଷ୍ଟି ଶ’, ଆୟୁଷ୍ମାନ ପାତ୍ରୋଲ, ବି.ପି. ଆର୍ଯ୍ୟନ, ଗୁରଲିନ କୌର, ବଂଶିକା ଟିକ୍‌ମାନି, ନିଭେଶ ବଳ, ଅଂଶୁମାନ ପରମାଣିକ, ଅନିଶ୍‌ ପଟ୍ଟନାୟକ, କୃପା ଦୋଶି, ସ୍ବୟମ ସିଦ୍ଧ ଗିରି, ପ୍ରଭୁ ସମ୍ପତ, ଆରାଧ୍ୟା ମଞ୍ଜରୀ ଦେବୀ, ଅରିନ୍ଦମ ସାମଲ, ପ୍ରତ୍ୟୁଷ ମହାଲିଙ୍ଗ, ଦେବଜିତ ସ୍ବାଇଁ, ପ୍ରତୀକ ଅର୍ନବ, ଲକ୍ଷ ଅଗ୍ରଓ୍ବ୍‌ାଲ, ଭିଭାନ ଟିକ୍‌ମାନି, ସତଭିକ୍‌ ରାୟ ସାମନ୍ତ, ରିୟାନ ମହାନ୍ତି ଓ ପକଲ ଅନୁଷ୍କା। ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଆସୋସିଏଶନର ପୃଷ୍ଠପୋଷକ ଇନ୍ଦ୍ରଜିତ ସିଂ, ସମ୍ପାଦକ ପାର୍ଥସାରଥି ଜେନା, କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ବିଷୋୟୀ, ସୌମଣି ପାତ୍ର, ଅର୍ଚ୍ଚନା ମିଶ୍ର, ସଦସ୍ୟ ରାଜେଶ ପ୍ରଧାନ, ପ୍ରବୀଣ ବିଷୋୟୀ, ସୁଶାନ୍ତ ସାହୁ ଓ ସୌମ୍ୟ ଜୟସିଂ ପ୍ରମୁଖ ଉପସ୍ଥିତ ଥିଲେ।

Share