Advertisement

ସିବିଏସ୍‌ଇ ବୋର୍ଡ ପରୀକ୍ଷା ଫି ବୃଦ୍ଧି ପ୍ରସଙ୍ଗ: ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ବିରୋଧ

ଭୁବନେଶ୍ୱର, ୧୨।୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫି ବୃଦ୍ଧି କରିଛନ୍ତି। ହଠାତ୍‌ ଏପରି ପରୀକ୍ଷା ଫି ବୃଦ୍ଧିକୁ ଓଡ଼ିଶା ଅଭିଭାବକ ମହାସଂଘ ସୋମବାର ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଛି। ଏଥିସହ ମାନବସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖି ସିବିଏସ୍‌ଇ ପରୀକ୍ଷା ଫି ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ମହାସଂଘ ଦାବି କରିଛି।
ପ୍ରକାଶ ଯେ, ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି/ଏସ୍‌ଟି) ପିଲାଙ୍କ ଲାଗି ପରୀକ୍ଷା ଫି ୨୪ ଗୁଣ ବୃଦ୍ଧି ପାଇଛି। ସେମାନେ ପୂର୍ବରୁ ୫୦ ଟଙ୍କା ଦେଉଥିବା ବେଳେ ଏଣିକି ୧୨୦୦ ଟଙ୍କା ଦେୟ ପୈଠ କରିବେ। ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି ଦୁଇଗୁଣ କରାଯାଇଛି। ସେମାନଙ୍କୁ ଏଣିକି ୧୫୦୦ ଟଙ୍କା ପୈଠ କରିବାକୁ ପଡ଼ିବ। ପୂର୍ବରୁ ସେମାନେ ୭୫୦ ଟଙ୍କା ଦେଉଥିଲେ। ସେହିପରି ମାଇଗ୍ରେସନ୍‌ ଫି ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ଦୃଷ୍ଟିହୀନ ଛାତ୍ରୀଛାତ୍ରଙ୍କୁ କୌଣସି ପରୀକ୍ଷା ଫି ଦେବାକୁ ପଡ଼ିବ ନାହିଁ ବୋଲି ସିବିଏସ୍‌ଇ ପକ୍ଷରୁ ଘୋଷଣା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share