Categories: ଜାତୀୟ

ସିବିଏସ୍‌ଇ ବୋର୍ଡ ପରୀକ୍ଷା: ୧ରୁ ୧୫ ଜୁଲାଇ ମଧ୍ୟରେ ହେବ ଦଶମ-ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ,୮।୫: କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ୧୭ ମେ’ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଶୁକ୍ରବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି ଯେ ସିବିଏସ୍‌ଇ ବୋର୍ଡର ବାକିଥିବା ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ କରାଯିବ। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଓ ଲକ୍‌ଥଡାଉନ ଯୋଗୁ ସବୁ ବନ୍ଦ ହେବା ଫଳରେ କିଛି ପରୀକ୍ଷା ମଧ୍ୟ ଅଧାରୁ ବନ୍ଦ ହୋଇ ଯାଇଥିଲା। ପୁଣିଥରେ ପରୀକ୍ଷା କେବେ ହେବ ତାକୁ ନେଇ ସବୁବେଳେ ପିଲାମାନେ ଅପେକ୍ଷାରେ ଥିଲେ।

Share