ସିଭିଲ୍‌ ହସ୍ପିଟାଲର ଅବସ୍ଥା କାଳକୋଠରୀଠାରୁ ଅଧିକ ଖରାପ: ଗୁଜରାଟ ହାଇକୋର୍ଟ

ଅହମଦାବାଦ,୨୪।୫: ଗୁଜରାଟରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ ପ୍ରଭାବିତ ରାଜ୍ୟ ତାଲିକାରେ ଗୁଜରାଟ ତୃତୀୟ ସ୍ଥାନରେ ରହିଛି। ଏଠାରେ ଇତିମଧ୍ୟରେ ୧୩ ହଜାରରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାରେ ମହାରାଷ୍ଟ୍ର ଆଗରେ ଥିବାବେଳେ ଏହାପଛକୁ ଗୁଜରାଟର ସ୍ଥାନ ରହିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ଚିକିତ୍ସା ନେଇ ଗୁଜରାଟ ହାଇକୋର୍ଟ ସରକାରଙ୍କୁ ଭର୍ସନା କରିଛନ୍ତି। ରାଜ୍ୟରେ ଥିବା ସିଭିଲ୍‌ ହସ୍ପିଟାଲର ଅବସ୍ଥା ଜେଲ୍‌ର କାଳକୋଠରୀଠାରୁ ଅଧିକ ଖରାପ ବୋଲି ହାଇକୋର୍ଟ କହିଛନ୍ତି। କୋଭିଡ୍‌-୧୯କୁ ନେଇ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ବିଚାରପତି ଜେ.ବି. ପର୍ଦିଓ୍ବାଲା ଏବଂ ଇଲେଶ ଭୋରାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି। ସିଭିଲ୍‌ ହସ୍ପିଟାଲର ଅବସ୍ଥାକୁ ଖଣ୍ଡପୀଠ ପକ୍ଷରୁ ବୁଡୁଥିବା ଟାଇଟାନିକ୍‌ ଜାହାଜ ସହିତ ତୁଳନା କରାଯାଇଛି। ସିଭିଲ୍‌ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ୩୭୭ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ଘଟିଥିବା ମୋଟ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାର ଏହା ୪୫ ପ୍ରତିଶତ ବୋଲି କୁହାଯାଉଛି। ସିଭିଲ୍‌ ହସ୍ପିଟାଲର ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପଙ୍କଜ କୁମାର, ସଚିବ ମିଲନ୍ଦ ତରଓ୍ବାନେ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ସଚିବ ଜୟନ୍ତୀ ରାବିଙ୍କୁ ଏନେଇ ଖଣ୍ଡପୀଠଙ୍କ ପକ୍ଷରୁ ଜବାବ ତଲବ କରାଯାଇଛି। ହସ୍ପିଟାଲର ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ନୀତିନ ପଟେଲ ଏବଂ ମୁଖ୍ୟ ସଚିବ ଅନୀଲ୍‌ ମୁକିମ୍‌ ଅବଗତ ଅଛନ୍ତି କି ନାହିଁ ସେ ନେଇ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ସିଭିଲ୍‌ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଭେଣ୍ଟିଲେଟର ନ ଥିବାରୁ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବାଧା ଉପୁଜୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସକ ମଧ୍ୟରେ ହିଟ୍‌ ହେଲା ‘ବୀମା ସଖି ଯୋଜନା’; ୫୦୦୦୦ ଛୁଇଁଲା ରେଜିଷ୍ଟ୍ରେଶନ ସଂଖ୍ୟା, ଏଭଳି କରନ୍ତୁ ଆବେଦନ… 

ନୂଆଦିଲ୍ଲୀ,୯।୧: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ଦ୍ୱାରା ଆରମ୍ଭ କରାଯାଇଛି ବୀମା ସଖି ଯୋଜନା। ଏହା ଆରମ୍ଭ ହେବାର ଏକ ମାସ ମଧ୍ୟରେ ୫୦ ହଜାରରୁ...

‘ଇଣ୍ଡିଆ ଗଠବନ୍ଧନ ଶେଷ ହୋଇଗଲା’, କଂଗ୍ରେସ ନେତା ପଓ୍ବନ ଖେରାଙ୍କ ବଡ଼ ବୟାନ, କହିଦେଲେ ଭିତିରିକଥା..

ନୂଆଦିଲ୍ଲୀ,୯।୧: ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କୁ କ୍ଷମତାରୁ ହଟାଇବା ଉଦ୍ଦେଶ୍ୟରେ ଗଠିତ ଅଖିଳ ଭାରତୀୟ ମେଣ୍ଟ କ’ଣ...

ଛତିଶଗଡ଼ ପ୍ଲାଣ୍ଟରେ ଚିମିନି ଖସି ବଡ଼ ଦୁର୍ଘଟଣା, ଫସିଛନ୍ତି ୨୫ ରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ,୯।୧: ଛତିଶଗଡ଼ର ମୁଙ୍ଗେଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭୁଶୁଡ଼ି ପଡ଼ିଥିବା ଏକ ପ୍ଲାଣ୍ଟର ଚିମିନି ତଳେ ଦୁଇ ଡଜନରୁ ଅଧିକ ଶ୍ରମିକ ପୋତି ହୋଇରହିଛନ୍ତି।...

୩୦୦ ୟୁନିଟ ବିଜୁଳି, ଲାଡଲୀ ବେହେନ ଯୋଜନା, ବିଶୁଦ୍ଧ ପାଣି…ଦିଲ୍ଲୀରେ ଭାଜପା ଦେଇପାରେ ଏହି ସବୁ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୯।୧: ଦିଲ୍ଲୀରେ ଆସନ୍ତା ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଜିତିବାକୁ ଭାରତୀୟ ଜନତା ପାର୍ଟି ଏଥର ଅଣ୍ଟା ଭିଡିଛି। ଖବର ମୁତାବକ ଦିଲ୍ଲୀବାସୀଙ୍କୁ...

ଇଣ୍ଡିଆ ମେଣ୍ଟ ଭାଙ୍ଗିବାକୁ ପାଟନାରେ ଲେଖାଯାଇଥିଲା ସ୍କ୍ରିପ୍ଟ! ଲାଲୁ ଥିଲେ ମୁଖ୍ୟ ଖଳନାୟକ!

ପାଟନା,୯।୧: ଭାଜପା ବିରୋଧରେ ଗଠିତ ଇଣ୍ଡିଆ କିମ୍ବା ଇଣ୍ଡି ମେଣ୍ଟ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ବୋଲି କହିବାରେ କୌଣସି ଦ୍ୱିଧା ନାହିଁ। ତେଜସ୍ବୀ ଯାଦବ...

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଭାଙ୍ଗିଲା ଇଣ୍ଡିଆ ମେଣ୍ଟ! ଓମାର ଅବଦୁଲ୍ଲା କହିଲେ ଶେଷ କରିଦିଅ

ଶ୍ରୀନଗର,୯।୧: ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ସାରିଛନ୍ତି। ଦିଲ୍ଲୀରେ ଫେବୃଆରୀ ୫ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ...

ଫଡ଼ନାଭିସଙ୍କୁ ପୁଣି ଭେଟିଲେ ଆଦିତ୍ୟ ଠାକରେ, ୩୫ ଦିନରେ ୩ ଥର

ମୁମ୍ବାଇ,୯।୧: ଗତ ବର୍ଷ ଡିସେମ୍ବରରେ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ମହାୟୁତି ସରକାର ଗଠନ ହୋଇଥିଲେ ମଧ୍ୟ, ମହାରାଷ୍ଟ୍ର ରାଜନୀତିରେ ପରିସ୍ଥିତି ଶାନ୍ତ ହୋଇନାହିଁ। ମହାୟୁତି ସରକାରରେ,...

ଯେତେବେଳେ ସାରା ବିଶ୍ୱ ଦେଖାଇଥିଲା ଖଣ୍ଡାର ଶକ୍ତି, ସମ୍ରାଟ ଅଶୋକ ବାଛିଥିଲେ ଶାନ୍ତି, ଜାଣନ୍ତୁ କାହାକୁ ଟାର୍ଗେଟ କଲେ ମୋଦି

ଭୁବନେଶ୍ୱର/ନୂଆଦିଲ୍ଲୀ,୯।୧: ଯେତେବେଳେ ଖଣ୍ଡା ବଳରେ ସାରା ବିଶ୍ୱରେ ସାମ୍ରାଜ୍ୟ ବିସ୍ତାର କରାଯାଉଥିଲା, ସେତେବେଳେ ସମ୍ରାଟ ଅଶୋକ ଶାନ୍ତିର ପଥ ବାଛିଥିଲେ… ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri