ସିମନବାଡ଼ିରେ କରାଗଲା ବିଶୋଧନ, ବ୍ୟବହାର ହେଉଛି କମ୍‌ ପରିମାଣର ବ୍ଲିଚିଂ

ଦାରିଙ୍ଗବାଡ଼ି,୬।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମେତ ପଞ୍ଚାୟତ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ଗାଁ ଦାଣ୍ଡ ବିଶୋଧନ କରାଯାଇଛି। ତେବେ ଉପଯୁକ୍ତ ପରିମାଣର ବ୍ଲିଚିଂ ପାଉଡରର ବ୍ୟବହାର ହେଉନଥିବା ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅଗ୍ନିଶମ ବିଭାଗକୁ ପରାମର୍ଶ ଦିଆଯାଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ପାଣିରେ ବ୍ଲିଚିଂ ମିଶାଯିବା ଆବଶ୍ୟକ ବୋଲି ସ୍ଥାନୀୟ ମେଡିକାଲ ଅଫିସର ପରାମର୍ଶ ଦେଇଛନ୍ତି। ତେବେ ବ୍ଲିଚିଂ ବଦଳରେ ତରଳ କ୍ଲୋରିନ୍‌ ଦିଆଗଲେ ଏଭଳି ସମସ୍ୟା ରହିବ ନାହିଁ ବୋଲି ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ଅଧିକାରୀ ବିଦ୍ୟାଧର ସାମଲ କହିଛନ୍ତି। ପ୍ରତି ସପ୍ତାହରେ ଏଭଳି ବିଶୋଧନ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share