ସିମନବାଡ଼ିରେ କୁଆପଥର ବୃଷ୍ଟି

ଦାରିଙ୍ଗବାଡ଼ି,୮ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସମେତ ଏହାର ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନରେ ପ୍ରବଳ କୁଆପଥର ବୃଷ୍ଟି ହୋଇଛି । ବର୍ଷା ଯୋଗୁ ଏକାଧିକ ଲୋକଙ୍କ ଆଜବେଷ୍ଟସ୍‌ ନଷ୍ଟ ହେବା ସହ ପବନରେ ମଧ୍ୟ କିଛି ଲୋକଙ୍କ ଘରଦ୍ୱାର ନଷ୍ଟ ହୋଇଥିବା ଜଣାପଡ଼ିଛି । ଅପରାହ୍ନରେ ହଠାତ୍‌ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା। ପରେ ପ୍ରବଳ କୁଆପଥର ବୃଷ୍ଟି ହୋଇଥିଲା। ଫଳରେ ବିଦ୍ୟୁତ୍‌ ସରବରାହ ବାଧାପାପ୍ତ ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ପାଗ ମେଘୁଆ ରହିଥିବା ଜଣାପଡ଼ିଛି।

Share