ସିମୁଳିଆରେ ଜମୁଛି ପୂଜା

ସିମୁଳିଆ, ୭।୧୦ (ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ୫ଟି ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହେଉଛି। ବିଭିନ୍ନ ସ୍ଥାନରେ ସୁନ୍ଦର ତୋରଣ ସାଙ୍ଗକୁ ଅତ୍ୟାଧୁନିକ ଆଲୋକମାଳା ବେଶ୍‌ ଆକର୍ଷଣୀୟ ହୋଇଛି। ଏହି ଅଞ୍ଚଳରେ ପୂଜା ବେଶ୍‌ ଜମୁଛି। ମା’ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ସୋମବାର ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି।
ମାର୍କୋଣା ଷ୍ଟେଶନ ବଜାର ଦୁର୍ଗା ମଣ୍ଡପରେ ହେଉଥିବା ପୂଜା ୬୨ ବର୍ଷରେ ପଦାର୍ପଣ କରିଛି। ସେହିପରି ଗତ ୮ ବର୍ଷ ହେଲା କୁଅଁରପୁର ପ୍ରସାଦି ପଣ୍ଡା ଛକ, ୩୨ ବର୍ଷରେ ସହଜପଦା, ୧୨ ବର୍ଷରେ ମାର୍କୋଣା ବସ୍‌ଷ୍ଟାଣ୍ଡ ଓ ପ୍ରାୟ ଶହେ ବର୍ଷରୁ ଊର୍ଦ୍ଧ୍ୱ ହେବ ଚନ୍ଦ୍ରପଡ଼ା ମଣ୍ଡପରେ ଦୁଗର୍ର୍।ପୂଜା ପାଳନ କରାଯାଇଆସୁଛି। ମାର୍କୋଣା ଷ୍ଟେଶନ ବଜାର ମଣ୍ଡପରେ ମା’ଦୁର୍ଗାଙ୍କ ସମେତ ମା’ ଲକ୍ଷ୍ମୀ, ସରସ୍ବତୀ, ପ୍ରଭୁ କାତ୍ତିର୍ର୍କ, ଗଣେଶ ଓ ମହାଦେବ ପୂଜା ପାଉଛନ୍ତି। ପଣ୍ଡିତ ନୀରାକାର ତ୍ରିପାଠୀ, ଲକ୍ଷ୍ମୀଧର ତ୍ରିପାଠୀ ଓ ପଞ୍ଚାନନ ତ୍ରିପାଠୀ ପୂଜା ଦାୟିତ୍ୱରେ ଅଛନ୍ତି। ଅନୁଷ୍ଠାନର ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର, ସମ୍ପାଦକ ଶିବପ୍ରଦାସ ବେହେରାଙ୍କ ସହ ସମସ୍ତ ସଭ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି। କୁଅଁରପୁର ପୂଜା ମଣ୍ଡପରେ ପୂଜକ ବିଶ୍ୱବିହାରୀ ପଣ୍ଡା, ରଘୁନାଥ ପଣ୍ଡାଙ୍କ ତତ୍ତ୍ୱାବଧାନରେ ୪ ଜଣ ପୂଜକ ଦାୟିତ୍ୱ ତୁଲାଉଛନ୍ତି। ସହଜପଦାରେ ପୂଜକ ନାରାୟଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ୫ ପଣ୍ଡିତ ପୂଜାର୍ଚ୍ଚନା କରୁଛନ୍ତି। ଦୁଇଦିନ ବ୍ୟାପୀ ଏଠାରେ ମନୋରଞ୍ଜନ ଅପେରା ମଞ୍ଚସ୍ଥ କାର୍ଯ୍ୟକ୍ରମ ରହିଛି। ଚନ୍ଦ୍ରପଡ଼ା ମଣ୍ଡପରେ ମହେଶ୍ୱର ପଣ୍ଡା, ପ୍ରଭାତ ପଣ୍ଡା, ରଘୁନାଥ କର ଓ ହୃଷୀକେଶ ପାଣିଗ୍ରାହୀ ପୂଜକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଠାରେ ମେଲୋଡ଼ି ଓ ଦଶହରାରେ ବଳଦ ନାଚ ଅନୁଷ୍ଠିତ ହେବ। ସେହିପରି ମାର୍କୋଣା ବସ୍‌ଷ୍ଟାଣ୍ଡ ପୂଜା ମଣ୍ଡପରେ ପଣ୍ଡିତ କଳ୍ପତରୁ ଦାଶ, ବିଜୟ ଦାଶ ଓ ଦୁର୍ଯ୍ୟୋଧନ ପଣ୍ଡା ପୂଜା ଦାୟିତ୍ୱରେ ଅଛନ୍ତି। ଅନୁଷ୍ଠାନର ସଭାପତି ପ୍ରହଲ୍ଲାଦ ବେହେରା, ସମ୍ପାଦକ ଭାଗ୍ୟଧର ପାଢୀ ଓ ବିଜୟ କମିଳାଙ୍କ ତତ୍ତ୍ୱାବଧାନରେ କମିଟିର କର୍ମକତ୍ତର୍ରା ସହଯୋଗ କରୁଛନ୍ତି। ସେହିପରି ମଇତାପୁର ମହାନ୍ତିସାହି, ଈଶ୍ୱରପୁର ଓ ବାଟି ଅଞ୍ଚଳର ବ୍ୟକ୍ତିଗତ ପୂଜା ମଣ୍ଡପରେ ମଧ୍ୟ ଶାରଦୀୟ ଦୁର୍ଗା ପୂଜା ପାଳନ କରାଯାଉଛି।