Categories: ବାଣିଜ୍ୟ

ସିମ୍‌ ଭଳି ପୋର୍ଟେବଲ ହେବ ସେଟ୍‌ ଟପ୍‌ ବକ୍ସ

ନୂଆଦିଲ୍ଲୀ,୧୩।୫: ଗ୍ରାହକଙ୍କୁ ଭଲ ତଥା ଅଧିକ ସେବା ଯୋଗାଣ ପ୍ରତି ଦୃଷ୍ଟିନିବଦ୍ଧ କରିଥିବା ଭାରତୀୟ ଟେଲିକମ ରେଗୁଲେଟୋରୀ ଅଥରିଟି(ଟ୍ରାଇ) ବର୍ଷ ଶେଷରେ ଏକ ନୂଆ ନିୟମ ଆଣିବାକୁ ଯାଉଛି। ଯାହାଦ୍ୱାରା ମୋବାଇଲ ସିମ୍‌ ଭଳି ସେଟ୍‌ ଟପ୍‌ ବକ୍ସ(ଏସ୍‌ଟିବି)କୁ ମଧ୍ୟ ପୋର୍ଟେବଲ କରିହେବ। ଏ ସମ୍ପର୍କରେ ଟ୍ରାଇ ସମସ୍ତ ବିକଳ୍ପ ଉପରେ ବିଚାର କରୁଛି। ବର୍ତ୍ତମାନ ପ୍ରତ୍ୟେକ ଡିଟିଏଚ୍‌ କମ୍ପାନୀ ନିଜସ୍ବ ସେଟ୍‌ ଟପ୍‌ ବକ୍ସ ପ୍ରଚଳନ କରିଛନ୍ତି। ଏଭଳି ସ୍ଥିତିରେ ସେବାରେ ଅସନ୍ତୁଷ୍ଟ ଗ୍ରାହକ ସେଟ୍‌ ଟପ୍‌ ବକ୍ସ ବଦଳାଇ ପାରୁନାହାନ୍ତି। କାରଣ ତାଙ୍କୁ ପୁଣିଥରେ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ ଏବଂ ତାଙ୍କର ପୁରୁଣା ବକ୍ସ ବେକାର ହୋଇଯାଏ।

Share