ସିରିଆରେ କାର ବିସ୍ଫୋରଣ: ୬ ମୃତ

ଆଫ୍ରିନ୍‌, ୧୦।୨: ସିରିଆରେ ଏକ କାରରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୧ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଦେଶର ଦକ୍ଷିଣ-ପଶ୍ଚିମରେ ଥିବା ଆଲେପ୍ପୋ ପ୍ରଦେଶର ଆଫ୍ରିନ୍‌ ସହରରେ ଏଭଳି ଘଟିଛିି। ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

Share