ସିରିଆର ରାସାୟନିକ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ତୁର୍କୀର କ୍ଷେପଣାସ୍ତ୍ର ମାଡ଼

ଆଙ୍କ୍ରା,୨୯।୨: ସିରିଆର ରାସାୟନିକ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ତୁର୍କୀ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଧ୍ୱଂସ ହୋଇଥିବା ତୁର୍କୀ ଦାବି କରିଛି। ଏହାପୂର୍ବରୁ ୨ ଦିନ ତଳେ ସିରିଆ ପକ୍ଷରୁ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ରେ ୩୩ ଜଣ ତୁର୍କୀ ସୈନ୍ୟଙ୍କ ମୁତ୍ୟୁ ଘଟିଥିଲା। ଏହାକୁ ନେଇ ତୁର୍କୀ ଏବଂ ରୁଷିଆର ଚିନ୍ତା ବୃଦ୍ଧି ପାଇଥିଲେ। ଦୁହିଁଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ବସିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ତୁର୍କୀ ପକ୍ଷରୁ ଏଭଳି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଉତ୍ତର-ପଶ୍ଚିମ ସିରିଆରେ ଥିବା ଅସ୍ତ୍ରଶସ୍ତ୍ର ଗୋଦାମକୁ ଟାର୍ଗେଟ୍‌ କରାଯାଇଥିବା ତୁର୍କୀର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share