Categories: ଖେଳ

ସିରିଏଲୋ ହକି ଏକାଡେମୀ ଖେଳାଳି ଭୁବନେଶ୍ୱର ଗସ୍ତରେ

ଭୁବନେଶ୍ୱର,୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ଅଷ୍ଟ୍ରେଲିଆର ସିରିଏଲୋ କୋଚିଂ ଏକାଡେମୀର ୧୯ ବର୍ଷରୁ କମ୍‌ ବର୍ଗର ହକି ଖେଳାଳି ଗୋଟିଏ ସପ୍ତାହ ଭୁବନେଶ୍ୱର ଗସ୍ତରେ ଆସି ଏକ ଭିନ୍ନ ପ୍ରକାର ଅଭିଜ୍ଞତା ହାସଲ କରିଛନ୍ତି। ଗତ ୧୬ ତାରିଖରୁ ୨୧ ତାରିଖ ମଧ୍ୟରେ ଏହି ଖେଳାଳିମାନେ ଏଠାରେ ରହି ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ ଦେଖିଥିଲେ। ଭାରତୀୟ ହକି ଦଳର ଆନାଲିଟିକାଲ କୋଚ୍‌ କ୍ରିସ ସିରିଏଲୋଙ୍କ ନେତୃତ୍ୱରେ ଏହି ଖେଳାଳିମାନେ ଓଡ଼ିଶାର ନାଭାଲ ଟାଟା ହକି ଏକାଡେମୀର କ୍ୟାଡେଟମାନଙ୍କ ସହ ସ୍ବତନ୍ତ୍ର ସ୍କିଲ ସେସନରେ ସାମିଲ ହୋଇଥିଲେ। ଏହି ଅବସରରେ ଖେଳାଳିମାନେ କେତୋଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ମଧ୍ୟ ଖେଳିଥିଲେ ଓ ବହୁତ କିଛି ଶିକ୍ଷା କରିବାର ସୁଯୋଗ ହାସଲ କରିଥିଲେ। ଭାରତରେ ଏବେ ମହିଳା ହକିରେ ଦୃଷ୍ଟାନ୍ତମୂଳକ ଉନ୍ନତି ହୋଇଛି। ଫଳରେ ଏକାଡେମୀର ଖେଳାଳିମାନେ ଏହି ଗସ୍ତରୁ ବେଶ୍‌ ଲାଭ ଉଠାଇଛନ୍ତି ବୋଲି ନାଭାଲ ଟାଟା ହକି ଏକାଡେମୀ ପ୍ରୋଜେକ୍ଟ ଡାଇରେକ୍ଟର ରାଜୀବ ସେଠ କହିଛନ୍ତି।

Share