ସିରିଜାପାଲିରେ ବୁଧବାର ସମିତି ସଭ୍ୟ ନିର୍ବାଚନକୁ ନେଇ ପ୍ରଶାସନ ପ୍ରସ୍ତୁତ

କେସିଙ୍ଗା, ୨୬।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରିଜାପାଲି ପଞ୍ଚାୟତରେ ବୁଧବାର ସମିତି ସଭ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମଙ୍ଗଳବାର କର୍ମଚାରୀମାନେ ଆବଶ୍ୟକୀୟ ଉପକରଣ ଧରି ପହଞ୍ଚିଛନ୍ତି। ତେବେ ପଞ୍ଚାୟତରେ ୨୭୮୨ଜଣ ଭୋଟର ଅଛନ୍ତି। ସେହିଭଳି ସମିତି ସଭ୍ୟ ପଦବୀ ପାଇଁ କଳିଙ୍ଗ ଭୋଏ, ଚୌଧୁରୀ ଭୋଏ ଲଢ଼ୁଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।