Categories: ଖେଳ

ସିରିଜ୍‌ ଜିତିବା ପାଇଁ ଭାରତକୁ ଦରକାର ୩୧୬ ରନ୍‌

ଭୁବନେଶ୍ୱର,୨୨।୧୨- କଟକସ୍ଥ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଆଗରେ ଓ୍ବେଷ୍ଟଇଣ୍ଡିଜ ୩୧୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପୂର୍ବରୁ ସିରିଜ୍‌ ୧-୧ରେ ବରାବର ଥିବାରୁ ଏହି ମ୍ୟାଚ୍‌ ଜିତି ଭାରତୀୟ ଦଳ ସିରିଜ୍‌କୁ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି। ଏକଦା ୩୧.୩ ଓଭରରେ ଓ୍ବେଷ୍ଟଇଣ୍ଡିଜ ଦଳର ସ୍କୋର ଥିଲା ୪ ଉଇକେଟ ବ୍ୟୟରେ ୧୪୪। କିନ୍ତୁ ପରେ ଅଧିନାୟକ କିରନ ପୋଲାର୍ଡ (୭୪*) ଓ ନିକୋଲାସ ପୁରନ (୮୯) ଭାରତୀୟ ବୋଲରଙ୍କୁ ନିର୍ଧୁମ ପିଟିଥିଲେ। ଦୁହେଁ ୧୬.୨ ଓଭରରେ ୧୩୫ ରନ୍‌ ଯୋଡ଼ିଥିଲେ। ପୁରନ ଶତକ ଆଡ଼କୁ ଅଗ୍ରସର ହେଉଥିବାବେଳେ ଶାର୍ଦ୍ଦୁଳଙ୍କ ବଲରେ ବଡ଼ ଶଟ୍‌ ଖେଳିବାକୁ ଯାଇ ରବୀନ୍ଦ୍ର ଜାଡେଜାଙ୍କ ହାତରେ ଧରା ପଡ଼ିଥିଲେ। ତାଙ୍କ ପରେ ପୋଲାର୍ଡ ଏକାକୀ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ ଧାର୍ଯ୍ୟ ୫୦ ଓଭରରେ ୫ ଉଇକେଟ ହରାଇ ୩୧୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଶାଇ ହୋପ ୪୨, ରୋଷ୍ଟନ ଚେଜ ୩୮, ଶିମରନ ହେଟମେର ୩୭ ରନ୍‌ର ଯୋଗଦାନ ଦେଇଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ନବଦୀପ ସାଇନି ୨ ଉଇକେଟ ନେଇଥିବାବେଳେ ମହମ୍ମଦ ଶାମି, ଶାର୍ଦ୍ଦୁଳ ଠାକୁର ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ହାସଲ କରିଛନ୍ତି।

Share